ପୌରପାଳିକାର ଅଜବ ତଟ ସଫେଇ : ବେଳାଭୂମିରେ ପୋତାଯାଉଛି ଆବର୍ଜନା

ପାରାଦୀପ, ୧୭ା୮ (ସ୍ବ.ପ୍ର.): ସମ୍ପ୍ରତି ସମଗ୍ର ଦେଶରେ ସରକାରୀ ଓ ବେସରକାରୀ ଭାବେ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ଏହାଦ୍ୱାରା ସମସ୍ତେ ନିଜ ଅଞ୍ଚଳରେ ଆବର୍ଜନାମୁକ୍ତ ପରିବେଶ ସୃଷ୍ଟି କରିବେ ବୋଲି କୁହାଯାଉଛି। ଏହି କ୍ରମରେ ପାରାଦୀପ ପୌରପାଳିକା ମଧ୍ୟ ନିଜସ୍ବ ଅଞ୍ଚଳରେ ବ୍ୟାପକ ସଫେଇ କରୁଛି। ବିଶେଷକରି ଚଳିତ ମାସରେ ସ୍ବାୟତ୍ତଶାସନ ଦିବସ ଥିବାରୁ ସମୂହ ସଫେଇ ଅଭିଯାନ ଚାଲିଛି। କିନ୍ତୁ ପୌରପାଳିକା ପକ୍ଷରୁ ନିୟୋଜିତ ଠିକାସଂସ୍ଥା କିପରି ସଫା କରୁଛି, ତାହା ଠିକ୍‌ ଭାବେ ଅନୁଧ୍ୟାନ କରାଯାଉ ନ ଥିବା ମନେ ହେଉଛି। ବିଶେଷକରି ପାରାଦୀପର ସବୁଠାରୁ ଆକର୍ଷୀୟ ସ୍ଥାନ ସମୁଦ୍ର ବେଳାଭୂମିକୁ ନିୟମିତ ଠିକାସଂସ୍ଥା ପକ୍ଷରୁ ସଫା କରାଯାଉଛି। ସେଠାରେ ଠିକା ସଂସ୍ଥାର ସଫେଇ କର୍ମଚାରୀମାନେ ଯେଉଁଭଳି ସଫା କରୁଛନ୍ତି ତାହା ବେଶ୍‌ କୌତୁହଳପ୍ରଦ। ବେଳାଭୂମିରେ ପଡ଼ୁଥିବା ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌ ଓ ଅନ୍ୟ ଆବର୍ଜନାକୁ ବାଲି ଉପରୁ ଗୋଟାଇ ସେହି ସ୍ଥାନରେ ବାଲି ଖୋଳି ପୋତାଯାଉଛି। ସଫେଇ ବେଳେ ଏମିତି ପ୍ରତି ୨୦ରୁ ୨୫ ମିଟର ବ୍ୟବଧାନରେ ଗାତ ଖୋଳି ଆବର୍ଜନା ପୋତାଯାଉଛି। ଫଳରେ ଆବର୍ଜନା ଯେଉଁଠାରେ ଥିଲା ସଫେଇ ପରେ ମଧ୍ୟ ସେହିଠାରେ ରହିଯାଉଛି। ବାଲି ଉପରେ ଲୋକମାନେ ଯାତାୟାତ କରିବା ଓ ପବନରେ ଉଡ଼ିବା ପରେ ସେହି ଆବର୍ଜନା ପୁଣି ବାହାରେ ପଡୁଛି। ଏମିତି ଦୃଶ୍ୟ ଗତ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସଫେଇ କରୁଥିବା କର୍ମଚାରୀଙ୍କୁ ପଚାରିବାରେ ସେମାନେ କହିଲେ ଯେ, ଠିକାଦାର ସାହୁ ବାବୁ ଏମିତି କରିବା ପାଇଁ ଆମକୁ କହିଛନ୍ତି। ଆମେ ସବୁଦିନ ଏହିଭଳି ସଫା କରୁଛୁ। ଠିକାଦାର ଅନାଥ ସାହୁ କହିଛନ୍ତି ଯେ, ସେମିତି କିଛି ନୁହେଁ। ସମୁଦ୍ର ଢ଼େଉରେ ଭାସିଆସି ଲାଗୁଥିବା କାଠିକୁଟାକୁ ଆମେ ବେଳେବେଳେ ବାଲିରେ ପୋତିଥାଉ। କିନ୍ତୁ ପ୍ଲାଷ୍ଟିକ ଓ ପଲିଥିନ୍‌କୁ ନୁହେଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, କୌଣସି ଆବର୍ଜନାକୁ ଆମେ ପୋତିବାକୁ କହିନାହୁଁ। ଠିକାସଂସ୍ଥା ପକ୍ଷରୁ ଏପରି କରାଯିବା ସମ୍ପର୍କରେ ଏବେ ଜାଣିଲୁ। ଏନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ବ୍ୟବସ୍ଥା ପୌରପାଳିକା କରିଛି। ଏବେ ସେଠାରେ ପ୍ରତ୍ୟହ ଅପରାହ୍ନଠାରୁ ରାତି ପର୍ଯ୍ୟନ୍ତ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେଉଛି। ଲୋକଙ୍କ ଭିଡ଼ ହେବାରୁ ସେଠାରେ ବୁଲା ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ପର୍ଯ୍ୟଟକ ଖାଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ପ୍ୟାକେଟ ଜରି ସେଠାରେ ପଡୁଛି। ଏତଦ୍‌ ବ୍ୟତିରେକ ରାତି ହେଲେ ନିଶାଡ଼ିଙ୍କ ଆଡ୍ଡା ସେଠାରେ ଜମୁଛି। ମଦ ବୋତଲ ଓ ପ୍ଲାଷ୍ଟିକ ବୋତଲ ଗ୍ଲାସ ଆଦି ପ୍ରତିଦିନ ପଡୁଛି। ସେ ସବୁ ପ୍ରତିଦିନ ସକାଳେ ସଫା କରିବା ପାଇଁ ପୌରପାଳିକା ଠିକାସଂସ୍ଥା ନିଯୁକ୍ତ କରିଛି। ସେହି ଆବର୍ଜନାକୁ ସଂଗ୍ରହ କରି ଗାଡ଼ିରେ ନେଇ ଡମ୍ପିଂୟାର୍ଡରେ ପକାଇବା ସମୟ ସାପେକ୍ଷ ଓ ବ୍ୟୟବହୁଳ ମଧ୍ୟ। ସେଥିରୁ ବର୍ତ୍ତିବା ପାଇଁ ଠିକାସଂସ୍ଥା ଏଭଳି ଆବର୍ଜନା ବାଲିରେ ପୋତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri