ପୋଲିସ ହାତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା: ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

ବାଲେଶର ଅଫିସ,୧୮।୧୨: ଜଳେଶ୍ବର କମର୍ଦା ଥାନା ଅଞ୍ଚଳରେ ନାବାଳିକା ଅପହରଣ ଘଟଣାରେ ଗିରଫ ଅଭିଯୁକ୍ତ ପୋଲିସ ହାତରୁ ଚମ୍ପଟ ମାରିଛନ୍ତି। ଏହି ଘଟଣାରେ ବାଲେଶ୍ବର ଏସପି ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ କର୍ମଚାରୀ ଦୁଇଜଣ ହେଲେ କମର୍ଦା ଥାନାର ଏଏସଆଇ ଭକ୍ତ ହରି ପଟ୍ଟନାୟକ ଏବଂ ହାବିଲଦାର ଅରୁଣ କୁମାର ଧଳ।