ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ନିହତ

ମାଲକାନଗିରି, ୫ା୧୧(ଡି.ଏନ୍‌.ଏ.)-  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦାନ୍ତେୱାଡ଼ା ଜିଲାର କଟେକଲ୍ୟାଣ ଥାନା ଅନ୍ତର୍ଗତ ମୁନଗା ଜଙ୍ଗଲରେ ମାଓବାଦୀମାନେ ଡେରା ପକାଇଥିବା ଖବର ପାଇ ଡିଆରଜି ଯବାନମାନେ ସୋମବାର ରାତିରେ ତଲାସି ଅଭିଯାନରେ ବାହାରି ସେଠାରେ ପହଞ୍ଚତ୍ଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ। ଏହାର ଜବାବ ମଧ୍ୟ ପୋଲିସ ଦେଇଥିଲା। ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଖସି ପଳାଇଥିଲେ । ପରେ ଯବାନମାନେ ଘଟଣାସ୍ଥଳ ତଲାସି ବେଳେ ୨ ଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଏଥିସହ ମୃତଦେହ ନିକଟରୁ ୨ଟି ବନ୍ଧୁକ ସହ ବହୁ ପରିମାଣର ଡେଟୋନେଟର ଜବତ କରାଯାଇଥିବା ଜଣାପଡ଼ିଛି