ପୋଲିସ, ଜନସାଧାରଣ ମଧ୍ୟରେ ବଢୁଛି ଦୂରତା: ଗାଁ ଗାଁରେ ହେଉଛି କଙ୍ଗାରୁ କୋର୍ଟ

ନୂଆଗାଁ,୧୧ା୭ (ଡି.ଏନ.ଏ.): ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ କଙ୍ଗାରୁ କୋର୍ଟ ଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ସାଧାରଣ ନିରୀହ ଲୋକେ ହଇରାଣ ହେଉଥିବାବେଳେ ପ୍ରକୃତ ଦୋଷୀ ଖସିଯିବାରେ ସକ୍ଷମ ହେଉଛି। ଅନ୍ୟପକ୍ଷେ ପୋଲିସ ଲୋକଙ୍କ ନିକଟତର ହେବାକୁ ଆମ ପୋଲିସ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରୁଛି। ହେଲେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁ ନ ଥିବା ଦେଖାଯାଉଛି। ଫଳସ୍ବରୂପ କୌଣସିଠାରେ ଅପରାଧମୂଳକ ଘଟଣା ଘଟିଲେ ଲୋକେ ଥାନାକୁ ଯିବା ବଦଳରେ ଗାଁରେ ବୈଠକ (କଙ୍ଗାରୁ କୋର୍ଟ) କରି ନିଷ୍ପତ୍ତି ନେଉଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କାହାକୁ ଅଟକ ରଖାଯାଉଛି ତ କାହାକୁ ନିଆଁ ପାଣି ବାସନ୍ଦ ସହ ଦୋକାନ ବଜାର ମନା କରାଯାଉଛି। ଏ ବିଷୟରେ କୌଣସି ଅଧିକାରୀଙ୍କୁ ଜଣାଇଲେ କିମ୍ବା ଥାନାରେ ଅଭିଯୋଗ କଲେ ଗ୍ରାମବାସୀ ଅଧିକ ହଇରାଣ କରିବେ ଭାବି ସମ୍ପୃକ୍ତ ବ୍ୟକ୍ତି ନୀରବ ରହିବାକୁ ଶ୍ରେୟସ୍କର ମଣୁଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ଝରଣା ଗ୍ରାମରେ ଏକ ପରିବାରକୁ ହଇରାଣ କରାଯାଇଥିବା ବେଳେ ସିଙ୍ଗାରପଲ୍ଲୀ ପଞ୍ଚାୟତ ଓଡକପା ଗ୍ରାମର ଯୁଧିଷ୍ଠିର ନାୟକ ଦୁଇବର୍ଷ ହେଲା ଗ୍ରାମରୁ ବାସନ୍ଦ ହୋଇଛନ୍ତି। ସେହିପରି କୋରଡା ପଞ୍ଚାୟତ ମହିତମା ଗ୍ରାମର ସନ୍ତୋଷ ସାହୁ ଓ ଜାକେଡା ପଞ୍ଚାୟତର କରଡାପଲ୍ଲୀ ଓ କେନ୍ଦୁବଣିଆ ଗ୍ରାମରେ ଦୁଇଟି ପରିବାର କଙ୍ଗାରୁ କୋର୍ଟ ଜରିଆରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ସମ୍ପର୍କରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତକୁ ନେଇ ଉପସ୍ଥାପନା।
କ’ଣ କୁହନ୍ତି ଏମାନେ…
କୌଣସି ଗାଁରେ କଙ୍ଗାରୁ କୋର୍ଟ କରି ଲୋକଙ୍କୁ ହଇରାଣ ନ କରିବା ନେଇ ଆମେ ଗ୍ରାମ ସଭାଗୁଡିକରେ ଆଲୋଚନା କରୁଛ। ଭୁଲକୁ ସୁଧାରିବା ପାଇଁ କଙ୍ଗାରୁ କୋର୍ଟ ନ କରି ଗ୍ରାମ, ପଞ୍ଚାୟତ କିମ୍ବା ପୋଲିସ ସହାୟତାରେ ଆଲୋଚନା କରି ସମାଧାନ କରିବା ଆବଶ୍ୟକ।
ପର୍ଶୁରାମ ସ୍ବାଇଁ, ମାଳିସାହି ସରପଞ୍ଚ।
ଗାଁ ଗାଁରେ କଙ୍ଗାରୁ କୋର୍ଟ ମାଧ୍ୟମରେ କାହାକୁ ଗାଁରୁ ବାସନ୍ଦ ଓ ହଇରାଣ କରିବା ଠିକ୍‌ ନୁହେଁ। କଙ୍ଗାରୁ କୋର୍ଟ ନ କରିବା ପାଇଁ ଆମେ ଆମ ପୋଲିସ କାର୍ଯ୍ୟକ୍ରମରେ ସଚେତନ କରିଆସୁଛୁ । ତଥାପି ଲୋକମାନେ ସଚେତନ ନ ହୋଇ ଆଇନକୁ ହାତକୁ ନେଉଛନ୍ତି। ଲୋକମାନଙ୍କ ମଧ୍ୟରେ ଆପୋସ ସମାଧାନ ହୋଇପାରିଲେ ଏହା କମିଯିବ।
ମନୋରମା ମଲ୍ଲିକ, ଆଇଆଇସି, ନୂଆଗାଁ ଥାନା
ଆମ ପୋଲିସ କାର୍ଯ୍ୟକ୍ରମ କେବଳ ଥାନା ପରିସରରେ ନ ହୋଇ ଗାଁ ଗାଁରେ ହେଲେ ଲୋକ ସଚେତନ ହୁଅନ୍ତେ ଓ କଙ୍ଗାରୁ କୋର୍ଟ ହୁଅନ୍ତା ନାହିଁ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଲେ ଏହା ବନ୍ଦ ହୋଇପାରିବ।
ପତିତପାବନ ସାହୁ, ଶିକ୍ଷାବିତ୍‌, ନୂଆଗାଁ
ଆମ ପୋଲିସ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରି କଙ୍ଗାରୁ କୋର୍ଟ ନ କରିବା ପାଇଁ ଜନସଚେତନତା କରିବାକୁ ପ୍ରୋସିଡିଂରେ ସ୍ଥାନିତ ହୋଇଥିଲେ ମଧ୍ୟ ତାହା କରାଯାଉ ନାହିଁ । ଏପରି କି ୩/୪ ମାସ ହେଲା ଆମ ପୋଲିସ କାର୍ଯ୍ୟକ୍ରମ ବନ୍ଦ କରି ଦିଆଯାଇଛି। ଯେଉଁଥି ପାଇଁ କଙ୍ଗାରୁ କୋର୍ଟ ବୃଦ୍ଧି ପାଉଛି।
ଦେବରାଜ ଖଣ୍ଡୁଆଳ, ବୁଦ୍ଧିଜୀବୀ, ନୂଆଗାଁ


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri