ସେପ୍ଟେମ୍ବରରୁ ମିଳିବ ସବୁ ଭାରତୀୟଙ୍କ ସ୍ବିସବ୍ୟାଙ୍କ ତଥ୍ୟ

ନୂଆଦିଲ୍ଲୀ,୧୧-୭: କଳାଟଙ୍କା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଭାରତ ବିଭିନ୍ନ ପଦକ୍ଷେପ ନେଉଛି। ଏହି ଧାରାରେ ସ୍ବିସ ବ୍ୟାଙ୍କରେ ଜମା କରିଥିବା ସବୁ ଭାରତୀୟଙ୍କ ପ୍ରଥମ ପର୍ଯ୍ୟାୟ ତଥ୍ୟ ସେପ୍ଟେମ୍ବରରେ ମିଳିବ ବୋଲି ଜଣା ପଡିଛି। ସେହିଭଳି ଯେଉଁ ଆକାଉଣ୍ଟଗୁଡିକ ୨୦୧୮ରେ ବନ୍ଦ ହୋଇଛି ତାର ସୂଚନା ମଧ୍ୟ ଭାରତକୁ ସୁଇଜରଲାଣ୍ଡ ପ୍ରଦାନ କରିବ। ଅଟୋମେଟିକ ଏକ୍ସଚେଞ୍ଜ ଅଫ୍‌ ଇନଫରମେଶନ(ଏଇଓଆଇ) ନିୟମ ମୁତାବକ ଏହି ତଥ୍ୟ ସୁଇଜରଲାଣ୍ଡ ପ୍ରଦାନ କରିବ। ତଥ୍ୟ ମଧ୍ୟରେ ସ୍ବିସ ବିତ୍ତ ପ୍ରତିଷ୍ଠାନଗୁଡିକରେ ଥିବା ଆକାଉଣ୍ଟ ନମ୍ବର, କ୍ରେଡିଟ ବାଲାନ୍ସ, କ୍ଲାଏଣ୍ଟଙ୍କ ସମସ୍ତ ପ୍ରକାରର ବିତ୍ତୀୟ ଆୟ ସାମିଲ ରହିଛି। ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟ ତଥ୍ୟ ପ୍ରଦାନ ପରେ ବାର୍ଷିକ ଭିତ୍ତିରେ ତଥ୍ୟ ପ୍ରଦାନ ଧାରା ଜାରି ରହିବ ବୋଲି ସୁଇଜରଲାଣ୍ଡର ଫେଡେରାଲ ଡିପାର୍ଟମେଣ୍ଟ ଅଫ୍‌ ଫାଇନାନ୍ସ(ଏଫ୍‌ଡିଏଫ୍‌) ପକ୍ଷରୁ କୁହାଯାଇଛି।
ଭାରତ ସୁଇଜରଲାଣ୍ଡ ମଧ୍ୟରେ ହୋଇଥିବା ଟିକସ ସଂକ୍ରାନ୍ତ ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ବିସ କର୍ତ୍ତୃପକ୍ଷ ୧୦୦ ଭାରତୀୟ କମ୍ପାନୀ ଏବଂ ବ୍ୟକ୍ତି ବିଶେଷଙ୍କ ତଥ୍ୟ ଭାରତ ସରକାରଙ୍କୁ ପ୍ରଦାନ କରିସାରିଛି। ସେପ୍ଟେମ୍ବରଠାରୁ ସିଧାସଳଖ ସୂଚନା ଲାଭ କରିବା ନେଇ ବର୍ହିବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ ଲୋକସଭାକୁ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ସେହିଭଳି ତଦନ୍ତ ମାମଲା ସହ ଜଡିତ ଆକାଉଣ୍ଟ ସୁଚନା ମଧ୍ୟ ଅନୁରୋଧ ଦ୍ୱାରା ଭାରତ ଲାଭ କରି ପାରିବ। ଭଷ୍ଟ୍ରାଚାରରେ ଲିପ୍ତ ଥିବା ଅଭିଯୋଗ ଆସିଥିବା ବ୍ୟକ୍ତିବିଶେଷଙ୍କ ମାମଲା କ୍ଷେତ୍ରରେ ଏଭଳି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri