ସେପ୍ଟେମ୍ବରରୁ ମିଳିବ ସବୁ ଭାରତୀୟଙ୍କ ସ୍ବିସବ୍ୟାଙ୍କ ତଥ୍ୟ

ନୂଆଦିଲ୍ଲୀ,୧୧-୭: କଳାଟଙ୍କା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଭାରତ ବିଭିନ୍ନ ପଦକ୍ଷେପ ନେଉଛି। ଏହି ଧାରାରେ ସ୍ବିସ ବ୍ୟାଙ୍କରେ ଜମା କରିଥିବା ସବୁ ଭାରତୀୟଙ୍କ ପ୍ରଥମ ପର୍ଯ୍ୟାୟ ତଥ୍ୟ ସେପ୍ଟେମ୍ବରରେ ମିଳିବ ବୋଲି ଜଣା ପଡିଛି। ସେହିଭଳି ଯେଉଁ ଆକାଉଣ୍ଟଗୁଡିକ ୨୦୧୮ରେ ବନ୍ଦ ହୋଇଛି ତାର ସୂଚନା ମଧ୍ୟ ଭାରତକୁ ସୁଇଜରଲାଣ୍ଡ ପ୍ରଦାନ କରିବ। ଅଟୋମେଟିକ ଏକ୍ସଚେଞ୍ଜ ଅଫ୍‌ ଇନଫରମେଶନ(ଏଇଓଆଇ) ନିୟମ ମୁତାବକ ଏହି ତଥ୍ୟ ସୁଇଜରଲାଣ୍ଡ ପ୍ରଦାନ କରିବ। ତଥ୍ୟ ମଧ୍ୟରେ ସ୍ବିସ ବିତ୍ତ ପ୍ରତିଷ୍ଠାନଗୁଡିକରେ ଥିବା ଆକାଉଣ୍ଟ ନମ୍ବର, କ୍ରେଡିଟ ବାଲାନ୍ସ, କ୍ଲାଏଣ୍ଟଙ୍କ ସମସ୍ତ ପ୍ରକାରର ବିତ୍ତୀୟ ଆୟ ସାମିଲ ରହିଛି। ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟ ତଥ୍ୟ ପ୍ରଦାନ ପରେ ବାର୍ଷିକ ଭିତ୍ତିରେ ତଥ୍ୟ ପ୍ରଦାନ ଧାରା ଜାରି ରହିବ ବୋଲି ସୁଇଜରଲାଣ୍ଡର ଫେଡେରାଲ ଡିପାର୍ଟମେଣ୍ଟ ଅଫ୍‌ ଫାଇନାନ୍ସ(ଏଫ୍‌ଡିଏଫ୍‌) ପକ୍ଷରୁ କୁହାଯାଇଛି।
ଭାରତ ସୁଇଜରଲାଣ୍ଡ ମଧ୍ୟରେ ହୋଇଥିବା ଟିକସ ସଂକ୍ରାନ୍ତ ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ବିସ କର୍ତ୍ତୃପକ୍ଷ ୧୦୦ ଭାରତୀୟ କମ୍ପାନୀ ଏବଂ ବ୍ୟକ୍ତି ବିଶେଷଙ୍କ ତଥ୍ୟ ଭାରତ ସରକାରଙ୍କୁ ପ୍ରଦାନ କରିସାରିଛି। ସେପ୍ଟେମ୍ବରଠାରୁ ସିଧାସଳଖ ସୂଚନା ଲାଭ କରିବା ନେଇ ବର୍ହିବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ ଲୋକସଭାକୁ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ସେହିଭଳି ତଦନ୍ତ ମାମଲା ସହ ଜଡିତ ଆକାଉଣ୍ଟ ସୁଚନା ମଧ୍ୟ ଅନୁରୋଧ ଦ୍ୱାରା ଭାରତ ଲାଭ କରି ପାରିବ। ଭଷ୍ଟ୍ରାଚାରରେ ଲିପ୍ତ ଥିବା ଅଭିଯୋଗ ଆସିଥିବା ବ୍ୟକ୍ତିବିଶେଷଙ୍କ ମାମଲା କ୍ଷେତ୍ରରେ ଏଭଳି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri