ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ: ୧୧ ଆହତ

ଖଇରା, ୧୩ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ଦାନ୍ତିଆ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ପୋଲିସ କର୍ମଚାରୀ ଥିବା ବେଳେ ୨ଜଣ ସାଇକେଲ ଆରୋହୀ, ଅନ୍ୟ ୪ଜଣ ବରଯାତ୍ରୀ ଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ଖଇରା ଥାନା ଏସ୍‌ଆଇ ଶ୍ୟାମସୁନ୍ଦର ବିନ୍ଧାଣି ଓ ଗାଡି ଡ୍ରାଇଭର ଏସ.କେ. ରାଉତଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୨ ଗୁରୁତରଙ୍କୁ କଟକ ବଡ ମେଡିକାଲ ପଠାଇ ଦିଆଯାଇଛି। ଅନ୍ୟ ଆହତମାନେ ହେଲେ ବାସିପିଠା ଗ୍ରାମର ବିକାଶ ମହନ୍ତ, ଗୋବିନ୍ଦପୁର ଗ୍ରାମର କାହ୍ନୁଚରଣ ମୁଖୀ, ବବିଲତା ସିଂ, କୋଚିଆକୋଇଲିର ବରେନ୍ଦ୍ର ବାରିକ, ବାରିପଦାର ଦିପୁ ମହାନ୍ତି, ଗଳଗାଁର ରାକେଶ ମୁଖି ଏବଂ ଗୋବିନ୍ଦପୁର ଗ୍ରାମର ଚିତ୍ତରଞ୍ଜନ ମୁଖୀ।
ବୋଲେରୋରେ ଖଇରା ପୋଲିସ ଟିମ୍‌ ଗଣ୍ଡିବେଡରୁ ବାହୁଡା ଯାତ୍ରା ଡ୍ୟୁଟିସାରି ଫେରୁଥିବା ବେଳେ ଦାନ୍ତିଆ ଛକ ନିକଟରେ ୨ ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ବିପରୀତ ଦିଗରୁ ବରଯାତ୍ରୀ ନେଇ ଆସୁଥିବା ଏକ ବୋଲେରୋ ସହ ଧକ୍କା ହୋଇଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଖଇରା ଅଣାଯାଇଥିଲା। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri