ପୋଲିସକୁ କିଏ ଭଲପାଏ

ଝିଅ ବଡ଼ହେଲା ପରେ ବହୁଦିନ ହୋଇ ଗଲାଣି ।   ତଥାପି ସିଏ ଝିଅ ବାହାଘର ପାଇଁ ପ୍ରସ୍ତାବ ଖୋଜି ନ ଥିଲା ।  ନ ଖୋଜିବାର କାରଣଟି ହେଲା ଆଜିକାଲିକା ଝିଅ! ତା’ ପାଇଁ ପ୍ରସ୍ତାବ ଖୋଜିବା କି ଦରକାର! ସିଏ କ’ଣ ଆଜିଯାଏ କାହାକୁ ଭଲପାଇ ନ ଥିବ? ଏବେ ତ ସହଜେ ଝିଅସଂଖ୍ୟା ନ ମିଳିବାରୁ ଲୋକେ ବୋହୂଟିଏ ପାଇବାକୁ ବିକଳ ହେଉଛନ୍ତି ।  ଗୋଟେ ଗୋଟେ ଝିଅକୁ ଏକାଧିକ ପୁଅ ପ୍ରେମ କରୁଛନ୍ତି ।  ସେମିତି ତା’ ଝିଅ ଜଣକୁ ନିଶ୍ଚୟ ବାଛିଥିବ ବୋଲି ତାଆର ଦୃଢ ବିଶ୍ୱାସ ଥିଲା ।  ତାଆର ବିଶ୍ୱାସକୁ ଦୃଢୀଭୂତ କରିବା ପାଇଁ ଝିଅ ମଧ୍ୟ ଅଧିକାଂଶ ସମୟ ବାହାରେ ବୁଲୁଥିଲା ।  ବହୁ ଉପହାର ଧରି ଘରକୁ ଫେରୁଥିଲା ।  ଝିଅର ଲାଭଜନକ ବ୍ୟାପାରରେ ଯେବେ ମାନ୍ଦାବସ୍ଥା ଦେଖାଦେଲା, ଅଧିକାଂଶ ସମୟ ଘରେ ବସି ରହିଲା ।  ତା’ ଘରଣୀ ଏଥର ତା’ ଉପରେ ଅଧିକ ଚାପ ସୃଷ୍ଟିକଲା ।  କହିଲା- ଝିଅ ଘରେ ରହିଲେ ବାହା କରିଦେବା କଥା ା ଆମ ଝିଅ ତ ଏଥର ଘରେ ରହିଲାଣି, ଆଉ ବାହାରକୁ ଯାଉନି ା ଚାଲ ତାକୁ ଏଥର ବାହା କରିଦେବା!
ଝିଅ ବାହାଘର କଥା ଶୁଣି ତାଆର ନିଜର ପ୍ରଥମ ବାହାଘର କଥା ମନେପଡିଗଲା ା ହଁ, ଆପଣ ଜାଣି ନାହାନ୍ତି; ତାଆର ସର୍ବମୋଟ ଗୋଟିଏ ସ୍ତ୍ରୀ ା କିନ୍ତୁ ସିଏ ଦୁଇଥର ବାହା ହୋଇ ଯାଇଥିଲା ା ପ୍ରଥମ ଥର ଯେବେ ବାହା ହୋଇଗଲା, ବରଯାତ୍ରୀ ଧରି ରୋଶଣି କରି କନ୍ୟା ଦୁଆରେ ପହଞ୍ଚତ୍ଲା ବେଳକୁ ସବୁକିଛି ବିଗିଡିଗଲା ା
ସେତେବେଳକୁ ପ୍ରେମିକ ସାଥିରେ ମଙ୍ଗୁଳା କନ୍ୟା ଛୁ! ରାତାରାତି ଯୁଦ୍ଧକାଳୀନ ଭିତ୍ତିରେ କନ୍ୟାଟିଏ ଖୋଜାହେଲା ଆଉ ତା’ ପରଦିନ ବାହାଘର ହେଲା ା
ସେଇ ତାଆର ସ୍ତ୍ରୀ ଆଉ ତାଆରି ଔରସରୁ ଏଇ ଝିଅ ା ତେବେ ସିଏ ନିଜର ପ୍ରଥମ ବାହାଘର କଥା ମନେପକେଇବାର କାରଣ ହେଲା ସିଏ ଜାଣିବାକୁ ଚାହୁଁଥିଲା କି ଆଗ ଝିଅର ମନକଥା ବୁଝିବା ଦରକାର ା
ଝିଅ ଯଦି କାହାକୁ ପସନ୍ଦ କରିଥିବ, ସେଇଠି ବାହାଘର କରିଦେଲେ କାମ ଶେଷ ା ନଚେତ୍‌ ତା’ ଭଳି ଆଉ କିଏ ଗୋଟେ ଶିଶୁପାଳ ହୋଇ ଫେରିବ! ଝିଅକୁ ଏକାନ୍ତରେ ପଚାରିଲା- ଝିଅ ଲୋ ତୋ ପାଇଁ ପ୍ରସ୍ତାବ ଦେଖିବାକୁ ତୋ ମାଆ କହୁଛି ଯେ, ମୁଁ କହିଲି ଆଗ ତୋତେ ପଚାରି ବୁଝିବି, ତୋର କେହି ପସନ୍ଦ ଅଛି କି? ଝିଅ କହିଲା- ନାଇଁ, ଯାହାକୁ ପସନ୍ଦ କଲି ସବୁ ଗୁଡାକ ଧୋକ୍କାବାଜ୍‌ ା କିଏ ବାକି ପକେଇ ଦେଇ ତ କିଏ ମୋଠୁ ଧାର ନେଇ ଚାଲି ଯାଇଛନ୍ତି ା
ଝିଅଠାରୁ ସବୁଜ ଇଙ୍ଗିତ ପାଇଲା ପରେ ବନ୍ଧୁବାନ୍ଧବ ଓ ଆଧୁନିକ ଘଟସୂତ୍ର ଜରିଆରେ ବହୁ ପ୍ରସ୍ତାବ ଆସିଲା ା ନାନା ଛାନଭିନ୍‌ ପରେ ଶେଷକୁ ରହିଲା ଦୁଇଟି ପ୍ରସ୍ତାବ ା ଗୋଟିଏ ପୁଅ ପୋଲିସ ଆଉ ଗୋଟିଏ ପୁଅ ଚୋର ା ସିଏ କହିଲା ଯାହା ହେଉ ଆଉ କିଛି ଝିନ୍‌ଝଟ ହେବନି ା ଝିଅକୁ ପଦେ ପଚାରିଦେଲେ କାମ ଶେଷ ା ସିଏ ତ ପୋଲିସକୁ ବାଛିବ ହିଁ ବାଛିବ ା ବାସ୍‌ ସେଇଠି ବାହାଘରଟା କରିଦେବି ା
ମୋ ଜ୍ୱାଇଁ ପୋଲିସ ବୋଲି ଜାଣିଲେ କଲୋନିରେ ମୋର କାଟ୍‌ତିଟା ବି ବଢିଯିବ ା ଲୋକେ ମୋତେ ଭୟ କରିବେ ା କେହି ହଇରାଣ କରିବାକୁ ଦୁଃସାହସ କରିବେ ନାହିଁ ା ଗାଆଁରେ ଜମିବାଡି ମାପକୁ ନେଇ ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ଏଥର ଆପେ ବାଟକୁ ଆସିଯିବେ!!
ତା’ ଘରଣୀ ମଧ୍ୟ ମନେମନେ ଭାରି ଖୁସି ହେଲା ା
ମାଡାମ ଟିକେ ଆମିଷପ୍ରିୟ ା ଇଲିଶି ମାଛ ତାଙ୍କର ପ୍ରିୟ ା
ଚାକିରି କରିବ ପୋଲିସ, ମାଛ ଖାଇବ ଇଲିଶି କଥାଟି ସିଏ ଆଗରୁ ଶୁଣିଥିଲା ା ଆଗକୁ ବାରମ୍ବାର ଇଲିଶି ଖାଇବାର ସୁଯୋଗ ସୃଷ୍ଟି ହେବ ଭାବି ତା’ ପାଟିରୁ ଖାଲି ଲାଳ ବୋହିଲା ା ସ୍ବାମୀ-ସ୍ତ୍ରୀ ଦିହେଁ ଝିଅକୁ କହିଲେ- ତୁ ସେଇ ପୋଲିସ ପ୍ରସ୍ତାବରେ ରାଜି ତ? ସେମାନଙ୍କର କଥା ଶୁଣି ଝିଅ ମୁହଁ ଶୁଖେଇ ମୁଣ୍ଡ ହଲେଇ ନାସ୍ତିକରି କହିଲା- ନାଇଁ ପୋଲିସ ନୁହେଁ, ମୁଁ ସେଇ ଚୋରକୁ ହିଁ ବାହା ହେବି! ଝିଅ କଥା ଶୁଣି ଦିହିଁକର ହାଲତ ଖରାପ ା ତା’ ଘରଣୀ ତ ମୁଣ୍ଡ ବୁଲେଇ ତଳେ ଶୋଇଗଲା ା ସିଏ ପାଣିି ଛିଞ୍ଚତ୍ ଚେତା କଲା, ପରେ ଘରଣୀ ତାଆର ବୋବଳି ଛାଡିଲା- ମୋ ହିରୋଇନୀ ପରି ଝିଅକୁ କିଏ ଗୁଣି କରି
ଦେଲା ଲୋ…! ଏ ଦୃଶ୍ୟ ଦେଖି ଝିଅ ସେମାନଙ୍କୁ ବୁଝେଇବାକୁ ଚେଷ୍ଟାକରି କହିଲା- ଦେଖ ତମମାନଙ୍କ ପରି ମୁଁ ବି ମନେମନେ ସେଇ ପୋଲିସକୁ ବାହା ହେବାକୁ ଠିକ୍‌ କରିଥିଲି ା
କିନ୍ତୁ ମୁଁ ଏ ବିଷୟରେ ଅନୁସନ୍ଧାନ କରି ଜାଣିଲି କି ପୋଲିସ ହେବା ଭାରି କଷ୍ଟକର ା ପୋଲିସ ଚାକିରିରେ ଖାଲି ଡ୍ୟୁଟି ଆଉ ଡ୍ୟୁଟି ା ଯେତେ କାମ କଲେ ମଧ୍ୟ ଲୋକଙ୍କର ପୋଲିସ ପ୍ରତି ଶ୍ରଦ୍ଧା ନାହିଁ ା ଏଇ ଦେଖୁନ କରୋନାରୁ ଲୋକଙ୍କୁ ଦୂରେଇବା ପାଇଁ ପୋଲିସ କେତେ ଚେଷ୍ଟା କରୁଛି, ଲୋକେ କିନ୍ତୁ ତାକୁ ଓଲଟା ବୁଝୁଛନ୍ତି ା ସହରରେ ରହିଲେ ନେତା ଭୟ, ଜଙ୍ଗଲରେ ରହିଲେ ମାଓବାଦୀ ଭୟ ା କୋମଳତାବିହୀନ ପରିବେଶରେ ରହି ସ୍ବଭାବ କଠୋର ପାଲଟି ଯିବ ା ଭାଷାରେ ସଂଯମତା ରଖିବା ଆଉରି କଷ୍ଟକର ହେବ ା ଯୋଉଠି ଯାହା ହେଲେ ଲୋକେ କହିବେ- ପୋଲିସ ମାଇଚିଆ, ପୋଲିସ ଅପାରଗ, ପୋଲିସ ଛାଡିଦେଲା, ପୋଲିସ ଧରୁନି, ପୋଲିସ ଲାଞ୍ଚୁଆ ଇତ୍ୟାଦି ଇତ୍ୟାଦି ା
ତେଣୁ ପୋଲିସର ସ୍ତ୍ରୀ ହୋଇ ଏତେ ସବୁ ଅସୁବିଧାକୁ ବରଣ କରିବାକୁ ମୁଁ ଚାହେଁନି!
ମାଆ କହିଲା- ଝିଅ ପୋଲିସିଆ ଚେହେରା ା
ହିରୋ ଭଳିଆ ବରକୁ ଛାଡି ତୁ ସେ ଦୁର୍ବଳିଆ ଚୋରକୁ ବରିବୁ? ଝିଅ ଫେଁ କିନା ହସିଦେଇ କହିଲା- ପୋଲିସର ପେଟ ବଢିବ ହିଁ ବଢିବ ା ଚୋର କିନ୍ତୁ ଯେମିତି ସେମିତି, ସବୁବେଳେ ସ୍ଲିମ୍‌ ଟ୍ରିମ୍‌ ଥିବ ା ପୋଲିସର ମାଟିଆ ପୋଷାକକୁ ଚୋର ନାନା ଷ୍ଟାଇଲି ପିନ୍ଧି ପାରିବ, ଦାଢି ରଖି ପାରିବ ା ଦି’ ପ୍ରାଣୀ ପୁଣି ଝିଅକୁ ବୁଝେଇବାକୁ ଚେଷ୍ଟା କଲେ- ଦେଖ୍‌ ଝିଅ ତୁ ବୁଝୁନୁ କାହିଁକି ା
ପୋଲିସ ଚାକିରିରେ ରୋଜଗାର ଭଲ, ସିଏ ତୋତେ ସୁଖରେ ରଖିବ ା ଝିଅ କହିଲା- ତମେ ବୋଧେ ଜାଣିନ ଆଜିକାଲି ପୋଲିସ ଅପେକ୍ଷା ଚୋରଙ୍କର ରୋଜଗାର ବେଶି ା
ତା’ ଛଡା ପୋଲିସର ଭବିଷ୍ୟତ ନାହିଁ ା ଆଜୀବନ ପୋଲିସ ହୋଇ ରହିବ ା ଚୋରର କିନ୍ତୁ ଫ୍ୟୁଚର ଲମ୍ବା ା ଚୋର ସହଜରେ ନେତା ହୋଇଯାଇପାରିବ ା ସେମାନେ ଝିଅର ଜିଦି ଦେଖି ମନେ ମନେ ସ୍ଥିର କଲେ ଝିଅକୁ ବାହା କରିବାନି, ସେ ଚୋର ତାକୁ ଚୋରି କରି ନେଉ!!
ମାର୍ଫତ- ଗାନ୍ଧୀ ପଣ୍ଡା, କଳାଘର-ଲେମ୍ବୋ, ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩
ଇମେଲ୍‌: dr.kulangar@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri