ପୋଲସରାରେ ନିଆଁରେ ପୋଡ଼ି ୩ ଶିଶୁ ମୃତ୍ୟୁ ଘଟଣା: ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ପୋଡ଼ି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କ ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଗ୍ରାମର ଶିବ ମନ୍ଦିର ପାଖରେ ଥିବା ଏକ ଅସମ୍ପୂର୍ଣ୍ଣ ଲାଟ୍ରିନ ଘରେ ଶିଶୁମାନେ ଖେଳୁଥିବା ସମୟରେ ହଠାତ୍‌ ତଳକୁ ପଡ଼ିଯାଇଥିଲେ। ତେବେ ତଳେ କୌଣସି କାରଣରୁ ରହିଥିବା ରଡ଼ ନିଆଁରେ ଶିଶୁମାନଙ୍କ ଶରୀରର ୯୦ ପ୍ରତିଶତ ଅଂଶ ଜଳିଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏଯାବତ୍‌ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ।