ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ିଯାଇ ୨ଜଣ ଶିଶୁଙ୍କ ମୃତ୍ୟୁ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ମୃତକ ହେଲେ ସତ୍ୟବ୍ରତ ରାଉତ ଏବଂ ଜ୍ୟେତିର୍ମୟୀ ରାଉତ। ଉଭୟେ ଗାଧୋଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।