ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ବସ୍ତା, ୧୭।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସିଂଲା ଥାନା ଇଡ଼ଦା ଗ୍ରାମର କୃଷ୍ଣପ୍ରସାଦ ବେହେରା (୭୦) ନାମକ ବୃଦ୍ଧ ଗୁରୁବାର ସକାଳେ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ସେ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସିଯାଇ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଉଦ୍ଧାର କରି ବସ୍ତା ମେଡ଼ିକାଲକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସିଂଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତକ ଜଣକ କୋରାପୁଟ ମିଗ୍‌ ବିମାନ କାରଖାନାରେ ସହକାରୀ ସୁପରଭାଇଜର ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।