ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ଆଳି, ୨୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ପ୍ରାୟ ୮ଟାରେ ଦୁଇ ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଲୋକାପଡ଼ା ଗ୍ରାମର ମହମ୍ମଦ ଫରିଦଙ୍କ ପୁଅ ସେକ୍‌ ଫରହାନ୍‌(୨) ଓ ନସିବା ଖାତୁନ୍‌ଙ୍କ ପୁଅ ଆବୁବକର (ଦେଢ଼ ବର୍ଷ)। ସେକ୍‌ ଓ ଆବୁବକର ଖେଳୁଥିବା ବେଳେ ଅସାବଧାନତାବଶତଃ ଘର ପାଖ ପୋଖରୀରେ ବୁଡ଼ି ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଖୋଜାଖୋଜି କରିବା ପରେ ପୋଖରୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।