ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ

ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତା ବନ୍ଦନା ହେଉଛନ୍ତି ଗ୍ରାମର ସୁଶାନ୍ତ କାଣ୍ଡିଙ୍କ କନ୍ୟା। ସୂଚନା ଅନୁସାରେ, ବନ୍ଦନା ଖେଳୁଥିବାବେଳେ ଅସାବଧାନତା ବଶତଃ ପୋଖରୀକୁ ଖସି ପଡ଼ିଥିଲେ। ପୋଖରୀରୁ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ରଖାଯାଇଛି।