ପୋଖରୀରୁ କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୨୬ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ବାଲିବନ୍ଧ ପୋଖରୀରୁ ମଙ୍ଗଳବାର ଅପରାହ୍ନରେ ଏକ ଗୋ ମୁହାଁ କୁମ୍ଭୀର ଉଦ୍ଧାର କରାଯାଇଛି। ପୋଖରୀରୁ ଧୀବରମାନେ ମାଛ ଧରୁଥିବାବେଳେ କୁମ୍ଭୀରଟି ଜାଲରେ ପଡିଥିଲା। ଘୋଡ଼ାହାଡ଼ ବନ ଉପାଞ୍ଚଳ ବନରକ୍ଷୀ ମୁରଲୀଧର ନାୟକ, ପାରା ବନକର୍ମଚାରୀ ନିରଞ୍ଜନ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ଖଡଗରାୟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଘୋଡ଼ାହାଡ଼ ଡ଼୍ୟାମରେ ଛାଡି ଦିଆଯାଇଛି। କୁମ୍ଭୀରଟିର ବୟସ ପ୍ରାୟ ୨ ବର୍ଷ ଓ ଲମ୍ବା ୩ ଫୁଟ ହେବ। ଘୋଡ଼ାହାଡ଼ ଡ଼୍ୟାମରେ ବହୁ ସଂଖ୍ୟକ କୁମ୍ଭୀର ଅଛନ୍ତି। ଡ୍ୟାମରୁ ପାଣି ଛଡ଼ାଯିବାବେଳେ କେନାଲ ପାଣିରେ ଯାଇ ନିକଟସ୍ଥ ଗଁାରେ ଥିବା ପୋଖରୀକୁ ଚାଲିଯାଉଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି।