ପୋଖରୀରୁ କଙ୍କାଳ ଉଦ୍ଧାର ଘଟଣା: ଅପମୃତ୍ୟୁ ମାମଲା ହେଲା ହତ୍ୟା ମାମଲା

ଦିଗପହଣ୍ଡି,୧୫ା୯(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମ ସୋଲ ପୋଖରୀ କାମ ଚାଲିଥିବା ବେଳେ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଅଖାରେ ଭର୍ତ୍ତି ଏକ ନରକଙ୍କାଳ ମିଳିଥିଲା। ପ୍ରାୟ ଦେଢ଼ବର୍ଷ ପୂର୍ବେ ଗାଁରୁ ନିଖୋଜ ହୋଇଯାଇଥିବା ଯୁବକ କାଳୁ ପ୍ରଧାନଙ୍କ ସ୍ତ୍ରୀ ସୁଲଭ ଏ ନେଇ ଥାନାରେ ଏତଲା ଦେଇଥିଲେ। ଘଟଣା ପରଦିନ ପୋଲିସ ପୋଖରୀ ନିକଟରେ ପହଞ୍ଚତ୍ ଉକ୍ତ କଙ୍କାଳ ଜବତ କରଥିଲା। ଏ ନେଇ ଅପମୃତ୍ୟୁ ମାମଲା (ନଂ.୨/୧୯) ରୁଜୁ କରାଯାଇ ଜବତ ହାଡ଼ଗୁଡ଼ିକର ଫେରେନସିକ୍‌ ଯାଞ୍ଚ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ମେଡ଼ିକାଲ ରିପୋର୍ଟ ଆଧାରରେ ଉକ୍ତ ଅପମୃତ୍ୟୁ ମାମଲାଟି ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି । ପୋଲିସ ନିଜ ଆଡ଼ୁ ଏତଲା ଦେଇଛି। ଥାନା ଏସ୍‌ଆଇ ମଧୁସ୍ମିତା ପ୍ରଧାନଙ୍କ ଏତଲାକୁ ଭିତ୍ତିକରି ନଂ. ୧୮୨/୧୯ ଦଫା ୩୦୨/୧୦୧ ଅନୁଯାୟୀ ଆଇଆଇସି ବସନ୍ତ କୁମାର ସେଠୀ ମରମଲା ରୁଜୁ କରିଛନ୍ତି। ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମେତ ଏକାଧିକ ବ୍ୟକ୍ତି ପୋଲିସ ସ୍କାନରରେ ଅଛନ୍ତି। କାଳୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ମୃତଦେହକୁ ଏକ ଆଖରେ ପୁରାଇ ସେଥିରେ ପଥରଖଣ୍ଡ ବାନ୍ଧି ଘର ନିକଟ ସୋଲ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
କାଳୁ ଗତ ପ୍ରାୟ ୩ ବର୍ଷ ପୂର୍ବେ ନଡ଼ିଆ ତୋଳିବା ବେଳେ ଅସାବଧାନତାରୁ ଗଛରୁ ଖସି ପଡ଼ି ଗୁରୁତର ହୋଇଥିଲେ। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ଅପରେଶନ କରାଯାଇ ଷ୍ଟିଲ ରଡ ଲାଗିଥିଲା। ପୋଖରୀରୁ ଉଦ୍ଧାର କଙ୍କାଳରେ ଷ୍ଟିଲ ରଡ଼ ଥିବା ଓ ଅଖାରୁ ମିଳିଥିବା ସାର୍ଟଟି କାଳୁଙ୍କର ବୋଲି ତାଙ୍କ ବାପା କାଶୀ ପ୍ରଧାନ ଚିହ୍ନଟ କରିଥିଲେ। ପଚରାଉଚରା ପରେ ପରକୀୟା ପ୍ରୀତିରୁ କାଳୁଙ୍କୁ ହତ୍ୟା କରାଯାଇଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଜବତ ହାଡ଼ ଓ ଖପୁରୀର ଫୋରେନସିକ୍‌ ଯାଞ୍ଚ ପରେ କାଳୁଙ୍କ ବୟସ ଓ ଉଚ୍ଚତା ପ୍ରାୟତଃ ସାମଞ୍ଜସ୍ୟ ରହୁଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନସିକ୍‌ ଲାବ୍ରୋଟେରୀର ଡିଏନଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ହତ୍ୟକାଣ୍ଡର ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି। ବୁଧବାର ପୋଲିସ କାଳୁଙ୍କ ବାପା, ସ୍ତ୍ରୀ ଓ ପୁଅଙ୍କୁ ଥାନାକୁ ଡ଼କାଇ ପୃଥକ୍‌ ଭାବେ ପଚରାଉଚରା କରିଥିବା ବେଳେ ଗ୍ରାମର କେତେଜଣଙ୍କ ବୟାନ ମଧ୍ୟ ରେକର୍ଡ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri