ପେଣ୍ଟିଂ ଆର୍ଟିଷ୍ଟଙ୍କ ଜୀବନ ଦୁର୍ବିଷହ: ଫ୍ଲେକ୍ସ, ଷ୍ଟିକର ଲଗାଇ ଅନୁଦାନ ହଡ଼ପ ଉଦ୍ୟମ

ନୟାଗଡ଼ ଅଫିସ,୧୧ା୨: ସହରର ସୌନ୍ଦର୍ଯ୍ୟକରଣ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରାଚୀରରେ ବିଜ୍ଞାପନ ଲେଖାଯାଉଛି। ଏଥିଲାଗି ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ହେଲେ ଏହାର ସୁଫଳ ନୟାଗଡ଼ ଜିଲାର ପେଣ୍ଟିଂ ଆର୍ଟିଷ୍ଟଙ୍କ ପାଖରେ ଅପହଞ୍ଚ ହୋଇ ରହୁଛି। ପେଣ୍ଟିଂ ପାଇଁ ନୟାଗଡ଼ ଜିଲାକୁ ଆସିଥିବା ୯୨ ଲକ୍ଷ ଟଙ୍କା ଅନୁଦାନକୁ ଫ୍ଲେକ୍ସ ଓ ଷ୍ଟିକର ଲଗାଇ ହଡ଼ପ କରାଯିବାକୁ ଉଦ୍ୟମ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏହାସହ ଶ୍ରମମନ୍ତ୍ରୀ ଓ ଶ୍ରମ କମିଶନରଙ୍କୁ ମଧ୍ୟ ଏ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଏଥିରେ ସମ୍ପୃକ୍ତ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମିତ୍ତ ପ୍ରଶାସନିକ ସ୍ତରରେ ପଦକ୍ଷେପ ନାହିଁ। ଫଳରେ ପେଣ୍ଟିଂ ଆର୍ଟିଷ୍ଟଙ୍କ ଜୀବନ ଦିନକୁ ଦିନ ଦୁର୍ବିଷହ ହୋଇପଡୁଛି।
ରଙ୍ଗ ଓ ତୂଳି ଧରି ଜିଲାର କଳାକାରମାନେ ପାରମ୍ପରିକ ପଦ୍ଧତିରେ ବିବାହ, ବ୍ରତୋପନୟନର ଚିତା ଆଙ୍କିବାଠାରୁ ଆରମ୍ଭ କରି ସାଇନ୍‌ବୋର୍ଡ, ବ୍ୟାନର, ସରକାରୀ ସଂସ୍ଥାର ବିଜ୍ଞାପନ କାନ୍ଥରେ ଲେଖି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ତେବେ ନୂଆ ଟେକ୍ନୋଲୋଜିର ପ୍ରସାର ଏମାନଙ୍କ ଜୀବନଜିବୀକା ଉପରେ ପ୍ରଭାବ ପକାଇଛି। ପେଣ୍ଟିଂ ସ୍ଥାନରେ ଫ୍ଲେକ୍ସ ଓ ଷ୍ଟିକର ଲଗାଇ ସ୍ବଳ୍ପ ସମୟରେ କାମ କରାଯାଉଛି। ଏହି କାରଣରୁ କିଛି କଳାକାର ସମୟ ସହ ତାଳ ଦେଇ ଚାଲି ନ ପାରି ଜୀବିକା ଛାଡି ଦାଦନ ପଳାଇ ଯାଇଛନ୍ତି। ଆଉ କିଛି କଳାକାର ଯୁଗ ସହ ତାଳ ଦେଇ ସେମାନଙ୍କ କାମକୁ ଆଧୁନିକକରଣ କରିଛନ୍ତି। ରୋଜଗାର କମିଯାଇଥିଲେ ମଧ୍ୟ ସେମାନେ ଭାଙ୍ଗିପଡି ନାହାନ୍ତି। ହେଲେ ଠିକ୍‌ ମଜୁରି ବ୍ୟବସ୍ଥା ଓ ଶ୍ରମ ଆଇନ ଏମାନଙ୍କ ପାଇଁ ଲାଗୁ କରାଯାଇ ନାହିଁ। ଏ ନେଇ କଳାକାର ସନ୍ତୋଷ ପ୍ରଧାନ କୁହନ୍ତି, ପରିମଳ ସ୍ବଚ୍ଛତା ବାର୍ତ୍ତା ପାଇଁ କାନ୍ଥ ଲିଖନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଢ଼କୋଟି ଟଙ୍କାର ଅନୁଦାନ ମିଳିଛି। କାନ୍ଥ ଲିଖନ ପାଇଁ ୯୨ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ହେଲେ ଠିକାଦାର ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ କାନ୍ଥ ଲିଖନ ବଦଳରେ ଫ୍ଲେକ୍ସ ଓ ଷ୍ଟିକର ଲଗାଇ ଅନୁଦାନ ହଡପ ପାଇଁ ଉଦ୍ୟମ ଚାଲିଛି, ଯାହାର ସ୍ଥାୟିତ୍ୱ ନାହିଁ। ପୁଣି ପରିବେଶ ଉପରେ ଏହା ଖରାପ ପ୍ରଭାବ ପକାଇବ। ଏହି ଅନିୟମିତତାର ତଦନ୍ତ କରାଯିବା ଦରକାର ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ପଚାରିବାରୁ ସେ କହିଥିଲେ, କଳାକାର ସଂଘର ସୁବିଧା, ଅସୁବିଧା ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା କରାଯିବ। ସ୍ମାରକପତ୍ର ମଧ୍ୟ ଦିଆଯିବ। ଏହାଛଡା ଟେଣ୍ଡର ଜାଲିଆତି ଅଭିଯୋଗର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।
ଜୀବନଜୀବିକା ପାଇଁ ବିକ୍ଷୋଭ
ଜୀବନଜୀବିକାକୁ ବଞ୍ଚାଇ ରଖିବା ଓ ସୁରକ୍ଷା ଉଦ୍ଦେଶ୍ୟରେ ଜିଲାର କଳାକାରମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ଅବସରରେ ସେମାନେ ସିନ୍ଦୂରିଆଠାରୁ ଶୋଭାଯାତ୍ରାରେ ବାହାରି ନୟାଗଡ ସହର ପରିକ୍ରମା କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି ସେମାନଙ୍କ ଅଭାବ, ଅସୁବିଧା ଓ ସେମାନଙ୍କ କାମରେ ହୋଇଥିବା କୋଟି କୋଟି ଟଙ୍କାର ଅନିୟମିତତା ଉପରେ ଟିପ୍ପଣୀ ଦେଇଥିଲେ। ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ରଙ୍ଗତୂଳୀ କଳାକାରଙ୍କୁ ଶ୍ରମିକ ସୂଚିରେ ସାମିଲ କରି ପରିଚୟପତ୍ର ପ୍ରଦାନ, ସାମାଜିକ ସୁରକ୍ଷା, ବର୍ଷସାରା କାମ ସହ ସମ୍ମାନଜନକ ଓ ଉପଯୁକ୍ତ ମଜୁରି ବ୍ୟବସ୍ଥା, ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ପକ୍ଷରୁ ହେଉଥିବା ବିଜ୍ଞାପନକୁ ଲାଭଖୋର ଠିକାଦାର ବଦଳରେ ପ୍ରକୃତ ପେଣ୍ଟର କିମ୍ବା ସେମାନଙ୍କ ଟିମ୍‌କୁ ଦେବାକୁ ସ୍ମାରକପତ୍ରରେ ଦର୍ଶାଯାଇଛି। ସେହଭଳି ଅନିୟମିତତାରେ ସମ୍ପୃକ୍ତ ଥିବା ଠିକାଦାରଙ୍କର ଲାଇସେନ୍ସ ରଦ୍ଦ କରି ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା, ୱାଲ ପେଣ୍ଟିଂ ପାଇଁ ଆସୁଥିବା ଅନୁଦାନ କେବଳ ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ କରିବା, ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ହେଉଥିବା ସ୍ବଚ୍ଛ ଭାରତର ବିଜ୍ଞାପନକୁ ଷ୍ଟିକର ବଦଳରେ ୱାଲ ପେଣ୍ଟିଂ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ଅନୁରୋଧ କରାଯାଇଛି । ପ୍ରକାଶଥାଉକି କଳାକାରମାନେ ନିଜର ହକ୍‌ ପାଇଁ ଅଲ୍‌ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଆଣ୍ଡ ଆଡ୍‌ଭାଟାଇଜ୍‌ମେଣ୍ଟ ୱାର୍କର୍ସ ଆସୋସିଏଶନ ଗଠନ କରିଛନ୍ତି। ହକ୍‌ ପାଇଁ ରାଜ୍ୟର ୩୦ ଜିଲାରେ ସେମାନେ ଲଢ଼େଇ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri