ପିଡିଏରେ ସର୍ବକ୍ଷମା ପାଇଁ ୨୦ ଆବେଦନକାରୀ

ପାରାଦୀପ,୧୧ା୨(ସ୍ବ.ପ୍ର.): ରାଜ୍ୟ ସରକାର ବେଆଇନଭାବେ ଗଢ଼ି ଉଠିଥିବା କୋଠାବାଡିକୁ ବୈଧ କରିବା ପାଇଁ ସର୍ବକ୍ଷମା ସୁବିଧା କରିଛନ୍ତି। ଏହାର ଅବଧି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିଛି। କିନ୍ତୁ ପରିତାପର ବିଷୟ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ) ଅଧୀନରେ ଥିବା ୧୨୦ ଗ୍ରାମର ୧୦ ହଜାରରୁ ଊର୍ଦ୍ଧ୍ୱ ବେଆଇନ ଘର ମଧ୍ୟରୁ ସୋମବାର ସୁଦ୍ଧା ମାତ୍ର ୨୦ଜଣ ଏହି ସୁବିଧା ପାଇଁ ଆବେଦନ କରିଛନ୍ତି। ଏ ନେଇ ପିଡିଏ ପକ୍ଷରୁ ଏକାଧିକଥର ବିଜ୍ଞାପନ ସତ୍ତ୍ୱେ ଘରବାଡ଼ି କରିଥିବା ଲୋକଙ୍କ ମଧ୍ୟରେ କୌଣସି ପ୍ରଭାବ ପଡ଼ୁ ନ ଥିବା ଲକ୍ଷ୍ୟ କରାଯାଇଛି। ସର୍ବକ୍ଷମା ଅବଧି ପରେ ପିଡିଏ କର୍ତ୍ତୃପକ୍ଷ କଠୋରତା ହେବେ କି ନାହିଁ ସେ ନେଇ ସଂଶୟ ରହିଛି। କାରଣ ପିଡିଏ ହେବାଠାରୁ ଏପର୍ଯ୍ୟନ୍ତ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ୧୯୯୬ରେ ପାରାଦୀପରେ ନୂତନ ସହରାଞ୍ଚଳ ପାଇଁ ପିଜେଆରଆଇଟି(ପାରାଦୀପ ଜଗତ୍‌ସିଂହପୁର ରେଜିଓନାଲ ଇମ୍ପୃଭମେଣ୍ଟ ଟ୍ରଷ୍ଟ) ଗଠନ ହୋଇଥିଲା। ୨୦୦୫ ନଭେମ୍ବରରେ ତାହା ପିଡିଏ ମାନ୍ୟତା ପାଇଥିଲା। ଉକ୍ତ ସଂସ୍ଥାକୁ ୨୪ ବର୍ଷ ହେଲାଣି। ପିଡିଏର ସୀମା କହିଲେ, ପାରାଦୀପ ସହରଠାରୁ ରାହାମା ପର୍ଯ୍ୟନ୍ତ ୧୨୦ ଗ୍ରାମକୁ ନେଇ ହୋଇଛି। ଏହିସବୁ ଅଞ୍ଚଳରେ ପିଡ଼ିଏ ଶିଳ୍ପ ସ୍ଥାପନ, ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ, ଟର୍ମିନାଲ, ମେଡିକାଲ, ଏୟାରଷ୍ଟ୍ରିପ, ଯାତ୍ରୀ ବିଶ୍ରାମାଗାର ବଜାର, ପ୍ଲଟ୍‌, ଘରବାଡି ବ୍ୟବସ୍ଥିତ କରିବା କଥା ଏବଂ ୨୦୫୦କୁ ନେଇ ପିଡିଏର ନୂତନ ପ୍ଲାନ୍‌ ଭିଜନ୍‌ ୫୦ ମଧ୍ୟ କରାଯାଇଛି। ଏହାର ଅପରପାର୍ଶ୍ୱକୁ ଦେଖିଲେ ଜଣାଯାଏ ଯେ, ପିଡିଏର ଗୁଡାଏ ଜାଗା ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ନିଜସ୍ବ ଅଫିସ ଘର ନାହିଁ। ଟାଉନ ପ୍ଲାନର ନାହାନ୍ତି। କଟକର ଜଣେ ଟାଉନ ପ୍ଲାନର ମାସକୁ ମାତ୍ର ୨ ଦିନ ଡ୍ୟୁଟିକୁ ଆସନ୍ତି। ପିଡିଏର ଅଧ୍ୟକ୍ଷ ହେଲେ ଶିଳ୍ପ ସଚିବ, ଉପାଧ୍ୟକ୍ଷ ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର, ସଚିବ ହେଲେ ପାରାଦୀପ ଅତିରିକ୍ତ ଜିଲାପାଳ। କିନ୍ତୁ ଅଫିସ ଚାଲିଛି ପୌରପାଳିକା ପ୍ରାଶାସନିକ ଭବନର ଉପର ମହଲାରେ। ଅଫିସର ଏପରି ସ୍ଥିତିକୁ ନେଇ ପ୍ରାୟତଃ କେହି ଘର ପାଇଁ ପ୍ଲାନ୍‌ ଦେବାକୁ ଉଚିତ୍‌ ମନେ କରିନାହାନ୍ତି। ଉଦାହରଣତଃ ପାରାଦୀପ ବିଜୟଚନ୍ଦ୍ରପୁରରେ ଗତ ୧୦ ବର୍ଷ ମଧ୍ୟରେ ତିଆରି ହୋଇଛି ୬୦୦ରୁ ଅଧିକ ସୁଉଚ୍ଚ ଅଟ୍ଟାଳିକା। ଉକ୍ତ ଜାଗାର ପଟ୍ଟା ନ ଥିବାରୁ ୯୯ ପ୍ରତିଶତ ଲୋକ ପିଡିଏ ପ୍ଲାନ୍‌ କରିନାହାନ୍ତି। ଏବେ ସର୍ବକ୍ଷମା ଆବେଦନ କରିବାକୁ ସେମାନଙ୍କ ପାଖରେ ଡକ୍ୟୁମେଣ୍ଟ ମଧ୍ୟ ନ ଥିବା ଜଣାଯାଏ। ସହର ବ୍ୟତୀତ ଗ୍ରାମାଞ୍ଚଳରେ ଥିବା ଘରବାଡିକୁ ଏପର୍ଯ୍ୟନ୍ତ ପିଡିଏ ପକ୍ଷରୁ ସର୍ଭେ କରାଯାଇନାହିଁ। ୧୨୦ ଗ୍ରାମରେ କେତେ କୋଠାଘର ଅଛି ସେ ତାଲିକା ପିଡିଏ ପାଖରେ ନାହିଁ। ଏମିତି ସ୍ଥିତିରେ ସର୍ବକ୍ଷମାକୁ ଲୋକେ କେମିତି ଗ୍ରହଣ କରିବେ ଏବଂ ସରକାର କି ପଦକ୍ଷେପ ନେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ପ୍ରସଙ୍ଗରେ ପିଡିଏ ସଚିବ ତଥା ପାରାଦୀପ ଅତିରକ୍ତ ଜିଲାପାଳ କାହ୍ନଚରଣ ଧୀର କହିଛନ୍ତି, ଆଇନ ଆଗରେ ସମସ୍ତେ ସମାନ। ଯିଏ ଆଇନକୁ ଫାଙ୍କିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା ଆଗକୁ ଏ ଦିଗରେ କି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?