Categories: ଗଞ୍ଜାମ

ପେଟ୍ରୋଲ ପମ୍ପ୍‌, ଫାଇନାନ୍ସ ସଂସ୍ଥାକୁ ସଚେତନ କଲା ପୋଲିସସିସି କ୍ୟାମେରା ଲଗାଇବାକୁ ପରାମର୍ଶ

ଛତ୍ରପୁର,୨୮ା୫(ଡି.ଏନ.ଏ) -ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଓ ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କକୁ ଜମା କରିବାକୁ ନେବାବେଳେ ସତର୍କତା ଅବଲମ୍ବନ କରିବାକୁ ଛତ୍ରପୁର ଥାନା ପୋଲିସ ପକ୍ଷରୁ ସଚେତନ କରାଯାଇଛି। ଥାନା ଇଲାକାରେ ଥିବା ୧୩ଟି ପେଟ୍ରୋଲ ପମ୍ପର ଅଧିକାରୀ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କୁ ଡକାଇ ସୋମବାର ସନ୍ଧ୍ୟାରେ ଛତ୍ରପୁର ଥାନାରେ ସଚେତନ କରାଯାଇଛି ା ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାଶ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ସେକେଣ୍ଡ ଅଫିସର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ା ଟଙ୍କା ଜମା କରିବାକୁ ଗଲାବେଳେ ଏବଂ ପେଟ୍ରୋଲ ପମ୍ପ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ କ’ଣ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସମସ୍ତ ପେଟ୍ରୋଲ ପମ୍ପ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ ହାଇ ରେଜୁଲେଶନର ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା ା ଏହା କରାଗଲେ କୌଣସି ଆପରାଧୀକ କାର୍ଯ୍ୟକଳାପ ହେଲେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୋଲିସକୁ ସହଜ ହେବ। ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଗଲାବେଳେ ସୁରକ୍ଷା କର୍ମୀଙ୍କ ସହ ଦାୟିତ୍ୱବାନ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ା ଅନ୍ୟପକ୍ଷରେ କ୍ୟାସଲେଶ୍‌ କାରବାର ଉପରେ ଗୁରୁତ୍ୱ ଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆବଶ୍ୟକସ୍ଥଳେ ପୋଲିସକୁ ଜଣାଇବାକୁ କୁହାଯାଇଛିା ସନ୍ଧ୍ୟାରେ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ନ ଯିବା ପାଇଁ ପେଟ୍ରୋଲ ପମ୍ପ ମାଲିକ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଅଧିକାରୀଙ୍କୁ କୁହାଯାଇଛି।