Posted inଖେଳ

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ ପାଇଁ ତାଙ୍କୁ ମହାରାଷ୍ଟ୍ର ସିନିୟର ପୁରୁଷ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମହାରାଷ୍ଟ୍ର ଆସନ୍ତା ୧୧ ଅକ୍ଟୋବରରୁ ଦିଲ୍ଲୀର ପାଲମ ଏ ଷ୍ଟାଡିୟମରେ ସର୍ଭିସେସ ବିପକ୍ଷରେ ତା’ର ରଣଜୀ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ର ଶ’ ଦଳର ନେତୃତ୍ୱ ନେଇ ଟସ ପାଇଁ ମୈଦାନକୁ ଓହ୍ଲାଇବେ।

ମହାରାଷ୍ଟ୍ରର ନିୟମିତ ଅଧିନାୟକ ଋତୁରାଜ ଗାଏକ୍ୱାଡ ପ୍ରଥମ ରଣଜୀ ମ୍ୟାଚ ଖେଳିବେ ନାହିଁ। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍‌ର ଅନଅଫିସିଆଲ ଦିନିକିଆ ସିରିଜ ପାଇଁ ତାଙ୍କୁ ଇଣ୍ଡିଆ ‘ଏ’ ଦଳର ଅଧିନାୟକ କରାଯାଇଛି। ଏହି ସିରିଜ ପୁଡୁଚେରୀରେ ୬, ୯ ଓ ୧୧ ଅକ୍ଟୋବରରେ ଖେଳାଯିବ। ତେଣୁ ୧୧ ଅକ୍ଟୋବରରେ ରଣଜୀ ମ୍ୟାଚ ଥିବାରୁ ଗାଏକ୍ୱାଡ ମହାରାଷ୍ଟ୍ର ପକ୍ଷରୁ ପ୍ରଥମ ରାଉଣ୍ଡରେ ଉପଲବ୍ଧ ରହିବେ ନାହିଁ। ଅନ୍ୟପଟେ ଯୁବ ଅଲରାଉଣ୍ଡର ଅର୍ଶିନ କୁଲକର୍ଣ୍ଣି ମଧ୍ୟ ଇଣ୍ଡିଆ ‘ଏ’ ଦଳରେ ସାମିଲ ଥିବାରୁ ସର୍ଭିସେସ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ଫଳରେ ଦଳର ନେତୃତ୍ୱ ନେବାର ବଡ଼ ସୁଯୋଗ ଶ’ଙ୍କ ହାତକୁ ଆସିଛି।

୨୦୨୫-୨୬ ଘରୋଇ ସିଜନ ପୂର୍ବରୁ ପୃଥ୍ବୀ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ର ଦଳରେ ଯୋଗ ଦେଇଥିଲେ। ନୂଆ ଦଳ ପାଇଁ ପ୍ରଥମ ସିଜନ୍‌ରେ ହିଁ ସେ ନିଜ ବ୍ୟାଟିଂର ଜଲୱା ଦେଖାଇଥିଲେ। ସେ ୭ଟି ମ୍ୟାଚ୍‌ର ୧୧ଟି ଇନିଂସ୍‌ରେ ମୋଟ ୫୩୭ ରନ କରିଥିଲେ। ଏହା ସହ ସେହି ସିଜଜ୍‌ରେ ମହାରାଷ୍ଟ୍ର ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟର ହୋଇଥିଲେ।

ଅଧିନାୟକ ଭାବେ ଶ’ଙ୍କ ରେକର୍ଡ ମଧ୍ୟ ବେଶ ଭଲ। ୨୦୧୮ରେ ତାଙ୍କ ନେତୃତ୍ୱରେ ଭାରତୀୟ ଅଣ୍ଡର-୧୯ ଦଳ ଅପରାଜିତ ରହି ବିଶ୍ୱକପ ଜିତିଥିଲା। ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୮ ଉଇକେଟ୍‌ରେ ପରାସ୍ତ କରିଥିଲା। ପରେ ୨୦୨୧-୨୨ ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକ ଭାବେ ଶ’ ଦଳକୁ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ। ତେବେ ଫାଇନାଲରେ ମଧ୍ୟପ୍ରଦେଶଠାରୁ ମୁମ୍ବାଇ ପରାଜିତ ହୋଇଥିଲା।

ଏହାବ୍ୟତୀତ ତାଙ୍କ ନେତୃତ୍ୱରେ ମୁମ୍ବାଇ ବିଜୟ ହଜାରେ ଟ୍ରଫି ମଧ୍ୟ ଜିତିଥିଲା। ସେହି ସିଜିନ୍‌ ଶ’ ବ୍ୟାଟ୍‌ରେ ମଧ୍ୟ ଐତିହାସିକ ପ୍ରଦର୍ଶନ କରିଥିଲେ। ଅପରାଜିତ ୨୨୭ ରନ୍‌ର ବିଶାଳ ଇନିଂସ ସହ ସେ ମୋଟ ୮୨୭ ରନ ସଂଗ୍ରହ କରିଥିଲେ। ଏବେ ପ୍ରଥମଥର ପାଇଁ ମହାରାଷ୍ଟ୍ର ଦଳର ଅଧିନାୟକ ଭାବେ ଶ’ ମୈଦାନକୁ ଓହ୍ଲାଇବେ। ତାଙ୍କ ନେତୃତ୍ୱରେ ମହାରାଷ୍ଟ୍ର ରଣଜୀ ଟ୍ରଫିରେ କିଭଳି ଆରମ୍ଭ କରୁଛି, ତା’ ଉପରେ ଏବେ ସମସ୍ତଙ୍କ ନଜର।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?