Categories: ମେଟ୍ରୋ

ପୃଥିବୀ ଏକ ବିରାଟ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି

ଭୁବନେଶ୍ୱର, ୭।୫(ବ୍ୟୁରୋ): ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଭୁବନେଶ୍ୱର ନୀଳାଦ୍ରୀବିହାରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କ ଓ ନିକଟସ୍ଥ କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମରେ ସାମାଜିକ ଦୂରତ୍ୱ ରକ୍ଷା କରି ଗୁରୁବାର ବୁଦ୍ଧ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ପାର୍କରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରାର୍ଥନା କରାଯାଇଥିଲା। ଏହାକୁ ଡଃ. ଅରୁନ୍ଧତୀ ଦେବୀ ପରିଚାଳନା କରି କହିଥିଲେ ଯେ, କରୋନା ମହାମାରୀ ଆକ୍ରାନ୍ତ ପୃଥିବୀ ଏକ ବିରାଟ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି। ଏହି ଅବସରରେ ହାତ ତିଆରି ଖଦୀମାସ୍କ ବଣ୍ଟନ କରାଯାଇଥିଲା। ଓମ୍‌ଫେଡ୍‌ ବସ୍ତିର ପିତୃମାତୃହୀନ ୭ ବର୍ଷର ବାଳିକା ପୂଜା ବାରିକଙ୍କୁ ବହି, ଖାତା, କଲମ ଓ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି। ଏଥିରେ ମନୋରଞ୍ଜନ ମହାନ୍ତି, ଇିଞ୍ଜିନିୟର ଦୟାନିଧି ରାଉତ ଯୋଗ ଦେଇଥିଲେ। ମମତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲାବେଳେ ରାକେଶ କୁମାର ସାହୁ, ଝୁନୁ ଦେବୀ, ସରୋଜିନୀ ବିଶ୍ୱାଳ, ସବିତା ଭୂୟାଁ ପ୍ରମଖ ସହଯୋଗ କରିଥିଲେ।