Categories: ଜାତୀୟ

ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଖୋଲି କହିବେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୨୩।୧: ଚଳିତ ଜାନୁୟାରୀ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇଛି। ରବିବାର ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ନିଜର ମନର କଥା ଖୋଲି କହିବେ। ଏହି ଦିନ ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ‘ମନ୍‌ କି ବାତ୍‌’ର ୬୧ତମ ସଂସ୍କରଣ କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ପାଇଁ କିଛି ବାର୍ତ୍ତା ଦେଇପାରନ୍ତି ବୋଲି ଆଶା କରାଯାଉଛି।

Share