Posted inଖେଳ

ପୂର୍ବତନ ସିପକ୍‌ଟାକ୍ର ଖେଳାଳିଙ୍କ ଅକାଳ ବିୟୋଗ

କଟକ ଅଫିସ,୨୮ା୧- ରାଜ୍ୟର ପୂର୍ବତନ ସିପକ୍‌ଟାକ୍ର ଖେଳାଳି ତଥା ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) କାର୍ଯ୍ୟାଳୟର କର୍ମଚାରୀ ମୁନା ବାରିକ(୩୨)ଙ୍କର ସୋମବାର ପୂର୍ବାହ୍ନରେ ପରଲୋକ ଘଟିଛି। ଗତ ୨୦ ତାରିଖରେ ମୁନା ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଝିଅର ଏକୋଇଶିଆ ପାଳନ କରିବାକୁ ବ୍ରହ୍ମପୁରସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ମୁନା ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ମୁନାଙ୍କ ମୃତ୍ୟୁରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି। ନିଜର ମେଳାପି ବ୍ୟକ୍ତିତ୍ୱ ଓ କର୍ତ୍ତବ୍ୟନିଷ୍ଠା ଯୋଗୁ କେବଳ ଫାଓ କାର୍ଯ୍ୟାଳୟ ନୁହେଁ,ବାରବାଟୀ ଷ୍ଟାଡିୟମରେ ଥିବା ସମସ୍ତ କ୍ରୀଡ଼ା ସଂଘରେ ସେ ବେଶ ପରିଚିତ ଥିଲେ। ଫାଓ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ଟୁର୍ନାମେଣ୍ଟରେ ମୁନା ଗୁରୁ ଦାୟିତ୍ୱ ତୁଲାଉଥିଲେ। ସୋମବାର ମଧ୍ୟାହ୍ନରେ ମୁନାଙ୍କ ମରଶରୀରକୁ ଷ୍ଟାଡିୟମ ପରିସରକୁ ଅଣାଯାଇଥିଲା। ଅନେକ ଜାତୀୟ, ଅନ୍ତର୍ଜାତୀୟ ଖେଳାଳି ଶେଷଦର୍ଶନ କରିଥିଲେ। ଫାଓ ସମେତ ସମସ୍ତ କ୍ରୀଡ଼ା ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

ପୁଣି ବୃଦ୍ଧି ପାଇଲା CNG ମୂଲ୍ୟ, କିଲୋ ପିଛା ବଢିଲା…

ନୂଆଦିଲ୍ଲୀ,୩୦।୫: ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳର CNG ଗ୍ରାହକମାନଙ୍କୁ ଏବେ ଅଧିକ ଦେୟ ଦେବାକୁ ପଡିବ। CNGର ଖୁଚୁରା ବିକ୍ରୟ ମୂଲ୍ୟ (RSP) ପ୍ରତି କିଲୋଗ୍ରାମ ୨…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

କର୍ନାଟକ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ଆଜି

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୫: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦାରାମାୟାଙ୍କ ଇସ୍ତଫା ପରେ ନୂଆ ନେତା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସିଦ୍ଦରାମାୟାଙ୍କ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ସଂରକ୍ଷିତ ରାୟ ୩ ମାସରେ ଘୋଷଣା କର

ନୂଆଦିଲ୍ଲୀ,୩୦ା୫: ରାୟ ପ୍ରଦାନରେ ଅତ୍ୟଧିକ ବିଳମ୍ବ ପକ୍ଷମାନଙ୍କର ଅପୂରଣୀୟ କ୍ଷତି ଘଟାଉଥିବା ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ରାୟ ସଂରକ୍ଷଣ ରଖିବାର ୩ ମାସ ମଧ୍ୟରେ ଘୋଷଣା କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri