ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ପରଲୋକ

କୋଡିଙ୍ଗା,୨୧।୩(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଚିର୍ମା ପଞ୍ଚାୟତର ଦୁଗ୍ଲାହାଣ୍ଡି ଗ୍ରାମରେ ଭୋର ପ୍ରାୟ ୪.୩୦ରେ କୋଡିଙ୍ଗା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମପରାୟଣ, ପରୋପକାରୀ, ମିଷ୍ଠଭାଷୀ ମହିଳା ଥିଲେ। ମୃତ୍ୟୁବେଳକୁ ତାଙ୍କ ସ୍ବାମୀ, ପୁଅ ବୋହୂ, ଝିଅ ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ। ପରିବାର, ବନ୍ଧୁ ପରିଜନ, ନେତା ଓ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି। ଏହି ଖବର ପ୍ରଚାର ହେବା ପରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଭଗବତୀଙ୍କ ଜୀବନ ଆଦିବାସୀ ମହିଳାଙ୍କ ପାଇଁ ବୋଲି ଜିଲା କଂଗ୍ରେସକୁ ଏକ ବାର୍ତ୍ତା ଦେଇ କହିଛନ୍ତି। ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି, ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଫୋନ ଯୋଗେ ପରିବାର ବର୍ଗଙ୍କୁ ସମବେଦନା ଜଣେଇଥିଲେ। ସୂଚନାନୁଯାୟୀ, ସେ ପୂର୍ବତନ କୋଡିଙ୍ଗା ନିର୍ବାଚନୀମଣ୍ଡଳୀରେ ୧୯୮୫ରେ କଂଗ୍ରେସ ଦଳରୁ ବିଧାୟିକାଭାବେ ନିର୍ବାଚିତ ହୋଇଥିଲେ।