ପୂର୍ବତନ ଜିଲା ଶ୍ରମ ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ

ବାରିପଦା ଅଫିସ,୩୦ା୭- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ସ୍ପେଶାଲ ଜଜ (ଭିଜିଲାନ୍ସ) ବେଣୁଧର ପାତ୍ର ମଙ୍ଗଳବାର ଏକ ଲାଞ୍ଚ ମାମଲାର ବିଚାର କରି ଦୋଷୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଆଦେଶ ଦେଇଛନ୍ତି।

ବାଲେଶ୍ୱର ଜିଲା ଅଞ୍ଚଳର କେଶବ ଲେଙ୍କା ଗତ ୨୦୧୨ରେ ଏକ ଲେବର ଲାଇସେନ୍ସ ପାଇଁ ମୟୂରଭଞ୍ଜ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସେତେବେଳେ ଜିଲା ଶ୍ରମ ଅଧିକାରୀ ଥିବା ଲକ୍ଷ୍ମଣ ବେହେରା ତାଙ୍କୁ ଏବାବଦରେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ କେଶବ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା(ନଂ.୬/୨୦୧୨) ରୁଜୁ ହୋଇଥିଲା। ଯୋଜନା ମୁତାବକ ଗତ ୨୦୧୨ ଫେବୃୟାରୀ ୨୭ ତାରିଖରେ କେଶବଙ୍କଠାରୁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଲକ୍ଷ୍ମଣ ଭିଜିଲାନ୍ସ ଟିମ ଦ୍ୱାରା ଧରାପଡିଥିଲେ।