Posted inଖେଳ

ପୂର୍ବତନ ଖେଳାଳିଙ୍କ ଅଭିଜ୍ଞତାକୁ ବେକାର ହେବାକୁ ଦିଅନି: ଡ୍ରାଭିଡ୍‌

ମୁମ୍ବାଇ,୧୩।୮(ପି.ଟି.): ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ହେଡ୍‌ କୋଚ୍‌ ରାହୁଲ ଡ୍ରାଭିଡ୍‌ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଆୟୋଜିତ ଓ୍ବେବିନାରରେ ଯୋଗ ଦେଇ ରାଜ୍ୟ ଆସୋସିଏଶନଗୁଡିକୁ ବହୁ ମୂଲ୍ୟ ଉପଦେଶ ଦେଇଛନ୍ତି। ପୂର୍ବତନ କ୍ରିକେଟରମାନଙ୍କ ଅଭିଜ୍ଞତାର ଫାଇଦା ଯେତେ ସମ୍ଭବ ଉଠାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଖେଳାଳିମାନଙ୍କ ଅଭିଜ୍ଞତାକୁ ବେକାର ହେବାକୁ ଦିଅନି ବୋଲି ସେ କହିଛନ୍ତି।
ଏହି ଓ୍ବେବିନାରରେ ବିଭିନ୍ନ ରାଜ୍ୟ ୟୁନିଟ୍‌ଗୁଡିକର ସମ୍ପାଦକ ଓ କ୍ରିକେଟ ଅପରେଶନ ମୁଖ୍ୟମାନେ ଯୋଗ ଦେଇଥିଲେ। ଡ୍ରାଭିଡ୍‌ଙ୍କୁ ବାଦ୍‌ ଦେଲେ ବିସିସିଆ- ଏନ୍‌ସିଏ ହେଡ୍‌ ଅଫ୍‌ ଏଜୁକେଶନ ତଥା ପୂର୍ବତନ ଦିନିକିଆ ଓପନର ସୁଜିତ୍‌ ସୋମସୁନ୍ଦର ଓ ଟ୍ରେନର ଆଶିଷ କୌଶିକ୍‌ ମଧ୍ୟ ଏହି ଓ୍ବେବିନାରରେ ସାମିଲ ହୋଇଥିଲେ। ଆଜିର କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଫିଟ୍‌ନେସ୍‌ ଡାଟା କଲେକ୍ସନ ଓ ଫିଟ୍‌ନେସ ଟ୍ରେନିଂର ପୁନଃଆରମ୍ଭ ନେଇ ଚର୍ଚ୍ଚା ହୋଇଥିଲା। ଅସୁବିଧା ସମୟରେ ପ୍ରଶାସକମାନେ ଯେପରି ବିଭିନ୍ନ ପରିସ୍ଥିତିର ସମ୍ନା କରି ତା’ର ସମାଧାନ କରୁଛନ୍ତି ତାହାକୁ ଡ୍ରାଭିଡ୍‌ ପ୍ରଶଂସା କରିଥିଲେ। ଭିତ୍ତିଭୂମି ସହିତ ଜଡିତ ରହି ପୂର୍ବତନ ଖେଳାଳିମାନେ ନିଜର ବହୁମୂଲ୍ୟ ଅଭିଜ୍ଞତା ଦ୍ୱାରା କ୍ରିକେଟର ଆହୁରି ଉନ୍ନତି କରିପାରିବେ ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ୨୫ କିମ୍ବା ୩୦ଜଣ ଖେଳାଳି ଏକାଠି ଟ୍ରେନିଂ କରିବା କଷ୍ଟକର। ତେଣୁ ରାଜ୍ୟ ଟ୍ରେନର ଓ ଫିଜିଓମାନେ ପର୍ଯ୍ୟାୟକ୍ରମେ ଭର୍ଚୁଆଲ ଟ୍ରେନିଂ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି ଷ୍ଟ୍ରେନ୍ଥ ଟ୍ରେନିଂ ଓ ସ୍କିଲ୍ସ ଟ୍ରେନିଂ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ କୌଶିକ ପ୍ରାଧାନ୍ୟ ଦେଇଥିଲେ। ସ୍କିଲ୍ସ ଟ୍ରେନିଂ କରିବା ବେଳେ ଷ୍ଟ୍ରେନ୍ଥ ଟ୍ରେନିଂ କମ୍‌ କରିବାକୁ ଏହାର ଠିକ୍‌ ଓଲ୍‌ଟା କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଟିମ୍‌ ଫିଜିଓମାନେ ଡାଇଭର୍ସ ଡାଟା କଲେକ୍‌ଶନ ଉପରେ ସେ ଗୁରୁତ୍ୱ ଦେବା ଉଚିତ ଓ ରିହାବିଲିଟେଶନ ଅବସରରେ ଏହାର ପ୍ରାସଙ୍ଗିକତା ରହିଛି ବୋଲି କୌଶିକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri