ପୁଷ୍ପର ସୌନ୍ଦର୍ଯ୍ୟରେ ଲୁକ୍କାୟିତ ବିଷ

”ଡାଫୋଡିଲ୍‌ର ଫଳ ଠିକ୍‌ ଦେଖିବାକୁ ପିଆଜ ପରି। ତେଣୁ ଏହା ଅନେକ ସମୟରେ ପିଆଜର ଭ୍ରମ ସୃଷ୍ଟି କରେ। ଏହି ଫଳରେ ସବୁଠାରୁ ଅଧିକ ଲାଇକୋରିନ୍‌ ଥାଏ। ଏହାକୁ ଖାଇଲେ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭୂତ ହୁଏ ଏବଂ ଏହା ଉଚ୍ଚ ରକ୍ତଚାପ ସୃଷ୍ଟି କରେ। ଅତ୍ୟଧିକ ସେବନ ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଏହାଛଡ଼ା ଏହାର ଫଳରେ ଅଗ୍‌ଜାଲେଟ୍‌ ନାମକ ଆଉ ଏକ ରସାୟନ ଅଛି, ଯାହା ଦେଖିବାକୁ ଅତି କ୍ଷୁଦ୍ର ଓ ଛୁଞ୍ଚତ୍ ସଦୃଶ। ଏହାକୁ ଚୋବାଇଲେ ଏହା ଓଠ, ଜିଭ ଓ ଗଳାରେ ଜ୍ୱଳନ ସୃଷ୍ଟି କରେ ଓ ଭୟଙ୍କର ପୀଡ଼ା ଦିଏ।“

ବୁଦିନ ପରି ସେ ଦିନ ସକାଳୁ ଫେସ୍‌ବୁକର ପୃଷ୍ଠା ଓଲଟାଇବା ବେଳେ ମୋ ଆଖିରେ ପଡ଼ିଲା ଜଣେ କବିଙ୍କର ଏକ ସୃଜନଶୀଳ ଇଂଲିଶ କିବତା ଡାଫୋଡିଲ୍‌ସ। ଅତି ଚମତ୍କାର ଭାବରେ ସେ ଡାଫୋଡିଲ୍‌ସର ସୁନ୍ଦରତାକୁ ବସନ୍ତ ସ୍ପର୍ଶରେ ମନୁଷ୍ୟ ମନରେ ସୃଷ୍ଟି କରୁଥିବା ସୁନ୍ଦର ଭାବନା ସହ ତୁଳନା କରିଛନ୍ତି। କବିତାଟି ଛୋଟ ହେଲେ ମଧ୍ୟ ହୃଦୟସ୍ପର୍ଶୀ ଥିଲା। ସେଦିନ ସେ କବିତା ପଢ଼ୁ ପଢ଼ୁ ପୁଣି ମନକୁ ଆସିଲା ବିଶ୍ୱ ପ୍ରସିଦ୍ଧ କବି ଓ୍ବିଲିୟମ ୱାଡର୍‌ସୱର୍ଥଙ୍କ କାଳଜୟୀ କବିତା ଡାଫୋଡିଲ୍‌ସ। ଡାଫୋଡିଲ୍‌ସ ପରି ସୁନ୍ଦର ଫୁଲଗୁଡ଼ିକ ସଦାବେଳେ ଆମ ହୃଦୟକୁ ସ୍ପର୍ଶ କରନ୍ତି।ସାହିତ୍ୟରେ ବିଶେଷକରି କବିତାଗୁଡ଼ିକରେ ସେମାନଙ୍କର ସ୍ଥାନ ସ୍ବତନ୍ତ୍ର।ମୋର ହୃଦୟ ସଦାସର୍ବଦା ସାହିତ୍ୟପ୍ରେମୀ। ତେଣୁ ସେ ସର୍ବଦା ସାହିତ୍ୟକୁ ଭଲ ପାଏ ଓ ସୃଜନଶୀଳତାର ଆନନ୍ଦ ନିଏ। କିନ୍ତୁ ମୋର ମସ୍ତିଷ୍କ ରସାୟନ ବିଜ୍ଞାନର ଛାତ୍ର। ସେ ସବୁ ପଦାର୍ଥରେ ରସାୟନର ସନ୍ଧାନ କରେ। ମୋର ହୃଦୟ ଡାଫୋଡିଲ୍‌ସର ଆନନ୍ଦ ନେଉଥିବା ବେଳେ ମୋର ରସାୟନ ବିଜ୍ଞାନୀ ମସ୍ତିଷ୍କକୁ ଡାଫୋଡିଲ୍‌ସର ଅନ୍ୟ ଏକ ଦିଗ ଦୃଶ୍ୟମାନ ହେଲା। ଗୋଟିଏ ସଂସ୍କୃତ ଉକ୍ତି ମନେପଡ଼ିଲା ‘ବିଷକୁମ୍ଭ ପୟୋମୁଖ’। ଅର୍ଥାତ ମୁଖ ଅତି ସୁନ୍ଦର କିନ୍ତୁ ଶରୀର ସାରା ବିଷରେ ଭର୍ତ୍ତି। ଆମ ଚତୁଃପାର୍ଶ୍ୱରେ ଏପରି ବହୁ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଉପରକୁ ବହୁ ମିଠା କଥା କୁହନ୍ତି କିନ୍ତୁ ତାଙ୍କ ମନ ଭିତରେ ଆମ ପାଇଁ ଈର୍ଷା, ଦ୍ୱେଷ ଓ ଘୃଣା ଭରି ହୋଇରହିଥାଏ। ସମ୍ଭବତଃ ଏହି ଲୋକଙ୍କଠାରୁ ସତର୍କ ରହିବା ପାଇଁ ଏହି ଫୁଲଗୁଡ଼ିକର ସୃଷ୍ଟି କରିଛି ପ୍ରକୃତି। ଯେପରି ଫୁଲଗୁଡ଼ିକୁ ବଗିଚାରେ ଲଗାଇ ଏମାନଙ୍କ ସୁନ୍ଦରତାକୁ ଉପଭୋଗ କରିବା ଉଚିତ, ଏମାନଙ୍କୁ ଘର ଭିତରକୁ ଆଣିଲେ ଏମାନେ ବିଷ ପ୍ରକିୟା ସୃଷ୍ଟି କରିପାରନ୍ତି। ସେହିପରି ଆମ ପାଇଁ ଭିତରେ ଜହର ଥିବା ଲୋକମାନଙ୍କୁ ନିଜଠାରୁ ଦୂରରେ ରଖିବା ଉଚିତ ା
ଆସନ୍ତୁ ଆଜି ଏହି ମନୋରମ ପୁଷ୍ପଗୁଡ଼ିକ ଗଛରେ ଥିବା ଜହର ସମ୍ବନ୍ଧରେ ଆଲୋଚନା କରିବା ା ପ୍ରଥମେ ଆରମ୍ଭ କରିବା ସେହି କବି ହୃଦୟକୁ ସ୍ପର୍ଶ କରିଥିବା ମନୋରମ ଫୁଲ ଡାଫୋଡିଲ୍‌ସଠାରୁ। ନାରସିସସ୍‌ ପରିବାରର ଏକ ଫୁଲ ହେଲା ଡାଫୋଡିଲ୍‌। ଡାଫୋଡିଲ୍‌ ଫୁଲ ଅତି ସୁନ୍ଦର ଓ ଏହା ସାଜସଜ୍ଜାରେ ବ୍ୟବହାର କରାଯାଏ। ଡାଫୋଡିଲ୍‌ ଫୁଲ ଅତି ମନୋରମ ହେଲେ ମଧ୍ୟ ଏହାର ସବୁ ଅଂଶରେ ଗାଲାନ୍ଥମାଇଁନ୍‌ ଓ ଲକୋରିନ୍‌ ନାମକ ଦୁଇଟି ଅତି ମାରାମତ୍କ ଆଲକାଲାଏଡ ଶ୍ରେଣୀର ରସାୟନ ଅଛି। ଏହି ଦ୍ୱୟ ରସାୟନର ଉପସମକ ଏବଂ ବାନ୍ତି ଉପତ୍ନ୍ନକାରୀ ଧର୍ମ ଅଛି। ଏହି ରସାୟନଗୁଡ଼ିକ ସ୍ନାୟୁ ତନ୍ତ୍ରକୁ ନଷ୍ଟ କରିଦିଅନ୍ତି। ଡାଫୋଡ଼ିଲ୍‌ର ଫଳ ଠିକ୍‌ ଦେଖିବାକୁ ପିଆଜ ପରି। ତେଣୁ ଏହା ଅନେକ ସମୟରେ ପିଆଜର ଭ୍ରମ ସୃଷ୍ଟି କରେ। ଏହି ଫଳରେ ସବୁଠାରୁ ଅଧିକ ଲାଇକୋରିନ୍‌ ଥାଏ। ଏହାକୁ ଖାଇଲେ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭୂତ ହୁଏ ଏବଂ ଏହା ଉଚ୍ଚ ରକ୍ତଚାପ ସୃଷ୍ଟି କରେ। ଅତ୍ୟଧିକ ସେବନ ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଏହାଛଡ଼ା ଏହାର ଫଳରେ ଅଗ୍‌ଜାଲେଟ୍‌ ନାମକ ଆଉ ଏକ ରସାୟନ ଅଛି, ଯାହା ଦେଖିବାକୁ ଅତି କ୍ଷୁଦ୍ର ଓ ଛୁଞ୍ଚତ୍ ସଦୃଶ। ଏହାକୁ ଚୋବାଇଲେ ଏହା ଓଠ, ଜିଭ ଓ ଗଳାରେ ଜ୍ୱଳନ ସୃଷ୍ଟି କରେ ଓ ଭୟଙ୍କର ପୀଡ଼ା ଦିଏ। ଚର୍ମରେ ପୋଡ଼ାଜଳା ମଧ୍ୟ କରେ। ଡାଫୋଡିଲ୍‌ ଉପରକୁ ଦେଖିବାକୁ ଯେତିକି ସୁନ୍ଦର, ତା’ ମଧ୍ୟରେ ତା’ ଠାରୁ ଅଧିକ ବିଷ ଭରି ରହିଛି। ତେଣୁ ଏହାକୁ କେବଳ ବଗିଚାରେ ରଖି ଏହାର ସୌନ୍ଦଯର୍‌ୟକୁ ଉପଭୋଗ କରିବା ଉଚିତ। ଏହାର ଅନ୍ୟ କୌଣସି ଅଂଶକୁ ବ୍ୟବହାର କରାଯାଇ ପାରିବ ନାହିଁ।
ଆଉ ଏକ ଦେଶୀୟ ବୃକ୍ଷ ପଙ୍ଗ। ପଙ୍ଗ ବା ସର୍ବେରା ଓଡ଼ଲମ୍‌, ଯାହା ଆମତ୍ହତ୍ୟାର ବୃକ୍ଷ ନାମରେ ମଧ୍ୟ ପ୍ରସିଦ୍ଧ। ଏହା ଭାରତରେ ବହୁଳ ମାତ୍ରାରେ ଦେଖାଯାଏ। ଏହାର ଧବଳ ବର୍ଣ୍ଣର ପୁଷ୍ପ ଅତି ସୁନ୍ଦର। ସେର୍ବରିନ୍‌ ନାମକ ଗ୍ଲାଇକୋସାଇଡ଼ ରସାୟନ ଏହି ଗଛରେ ଅଛି, ଯାହା ଏକ ମାରାମତ୍କ ଜହର। ଏହା ହୃତ୍‌ପିଣ୍ଡରେ ଥିବା କ୍ୟାଲସିୟମ୍‌ ଆୟନ୍‌ ପଥକୁ ଅବରୋଧ କରିଦିଏ ଏବଂ ମନୁଷ୍ୟର ତତ୍‌କ୍ଷଣାତ୍‌ ମୃତ୍ୟୁ ହୋଇଯାଏ। ଅଟୋପ୍ସିରେ ମଧ୍ୟ ଏହା ଧରା ପଡ଼େନାହିଁ ଏବଂ ଖାଦ୍ୟରେ ମିଶିଲେ ଏହାର ସ୍ବାଦ ମଧ୍ୟ ଜଣାପଡ଼େନାହିଁ।ତେଣୁ ଆମତ୍ହତ୍ୟା ଓ ହତ୍ୟାରେ ଏହି ଜହରର ବହୁଳ ବ୍ୟବହାର ହୁଏ। ସେଥିପାଇଁ ନିଜ ବଗିଚାରେ ଏହି ଗଛକୁ ସ୍ଥାନ ଦେବା ପୂର୍ବରୁ ଆଉଥରେ ଭାବିବେ।
ଆମ ଓଡ଼ିଶାରେ କାଇଁଚ ଗଛର ସ୍ଥାନ ସ୍ବତନ୍ତ୍ର। ଉଦ୍ଭିଦ ବିଜ୍ଞାନୀଙ୍କ ଭାଷାରେ ଯାହାର ନାମ ଅବ୍ରରସ୍‌ ପ୍ରିକାଟୋରିଓସ୍‌। କେଉଁ କେଉଁ ସ୍ଥାନରେ ଏହାକୁ କ୍ରାବ୍‌ ଆଇ ବୋଲି ମଧ୍ୟ କୁହାଯାଏ।
ଆଦିମ କାଳରୁ ଏହାର ମଞ୍ଜି ଗହଣା ଭାବରେ ବହୁତ ବ୍ୟବହାର ହୁଏ।  କିନ୍ତୁ ଏହି ମନୋରମ କାଇଁଚ ମଞ୍ଜିରେ ଭରି ରହିଛି ଅବ୍ରିନ୍‌ ନାମକ ଏକ ଭୟଙ୍କର ବିଷ। କାଇଁଚ ମଞ୍ଜିର ଉପର ଆବରଣ ଥିବା ପର୍ଯ୍ୟନ୍ତ ଏହା ସୁରକ୍ଷିତ। କିନ୍ତୁ ଏହା ସେତେବେଳେ ବିପଜ୍ଜନକ ହୋଇଯାଏ, ଯେତେବେଳେ ଏହାର ଉପର ଆବରଣ ଛଡ଼ାଇ ଦିଆଯାଏ। ଏହାର ମଞ୍ଜିକୁ ଛେଚିକି ଖାଇଲେ କିମ୍ବା ଚୋବାଇକି ଖାଇଲେ ଏହା ମଧ୍ୟରୁ ଅବ୍ରିନ୍‌ ନିର୍ଗତ ହୁଏ।
ଅବ୍ରିନ୍‌ ସେଲ୍‌ ମେବ୍ରେନ୍‌ ସହିତ ବାନ୍ଧି ହୋଇଯାଏ ଏବଂ ରାଇବୋସମ୍‌ର ୨୬% ଉପଭୋଗକୁ ଅକ୍ଷମ କରିଦେଇ ପୁଷ୍ଟିସାର ପ୍ରସ୍ତୁତି ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ଏହି ଜହରର ମାତ୍ରା ଶତକଡ଼ା ୦.୦୦୦୧୫ ଏକ ସୁସ୍ଥ ମାନବକୁ ମାରିବା ପାଇଁ ଯଥେଷ୍ଟ। ତେଣୁ କାଇଁଚର ସୁନ୍ଦରତା ଉପଭୋଗ କଲା ବେଳେ ଏହା ମଧ୍ୟରେ ଥିବା ବିଷ ପ୍ରତି ସାବଧାନ ହେବା ଜରୁରୀ।
‘ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ’ – କବିଙ୍କର ଏହି ଉକ୍ତିରେ ଏହି ବିଷୟବସ୍ତୁକୁ ଶେଷ କରିବାକୁ ଚାହୁଁଛି। ସବୁ ସୁନ୍ଦର ପଦାର୍ଥର ସୁନ୍ଦରତା ଆମକୁ ଭଲ ଲାଗେ ଏବଂ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ସବୁ ସୁନ୍ଦର ପଦାର୍ଥର ସୁନ୍ଦରତାକୁ ଉପଭୋଗ କରିବା ଉଚିତ୍‌। କିନ୍ତୁ ବେଳେବେଳେ ତାହା ମଧ୍ୟରେ ଯେ ବିଷ ଲୁଚିକରି ଥାଇପାରେ, ଏହାକୁ ମନା କରିପାରିବା ନାହିଁ। ତେଣୁ ସେଥିପ୍ରତି ସାବଧାନ ରହିବା ମଧ୍ୟ ଆବଶ୍ୟକ।

ଡ. ଦେବାଶିଷ ମହାନ୍ତି

-ବିଭାଗୀୟ ମୁଖ୍ୟ, ରସାୟନ ବିଭାଗ
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ, ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri