କ୍ଷତିକାରକ ହୋଇପାରେ ହର୍ବାଲ ସିଗାରେଟ୍‌

ହର୍ବାଲ ସିଗାରେଟ୍‌: ଇ-ସିଗାରେଟ୍‌ କୌଣସି ଗୁଣରେ ସାଧାରଣ ସିଗାରେଟ୍‌ଠାରୁ କମ୍‌ ବିପଜ୍ଜନକ ନୁହେଁ ବୋଲି ଜଣାପଡ଼ିଲା ପରେ ଏହାର ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେତେକ ଶିଳ୍ପସଂସ୍ଥା ହର୍ବାଲ ସିଗାରେଟ୍‌ ତିଆରି କଲେଣି। କାରଣ ସେମାନେ ଦେଖୁଛନ୍ତି ଯେ, ବର୍ତ୍ତମାନ କୌଣସି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ବିଶେଷକରି ଖାଦ୍ୟ, ଔଷଧ ବା ପ୍ରସାଧନ ସାମଗ୍ରୀର ଦାମ୍‌ ସହିତ ହର୍ବାଲ ବା ଅର୍ଗାନିଜ(ଜୈବ) ଶବ୍ଦଟିଏ ଯୋଡ଼ିଦେଲେ ତାହା ସମ୍ପୂର୍ଣ୍ଣ ଭାବେ ପରବର୍ତ୍ତୀ ପାର୍ଶ୍ୱପ୍ରଭାବ ସହିତ ନିରାପଦ ତଥା ସ୍ବାସ୍ଥ୍ୟ ପ୍ରଦାୟକ ବୋଲି ଲୋକେ ସ୍ବତଃ ଗ୍ରହଣ କରିନେଉଛନ୍ତି। ତୁଳସୀପତ୍ର, କମଳା ଘାସ, ଗୋଲାପ ପାଖୁଡ଼ା ଆଦି ଉଦ୍ଭିଦଜ ପଦାର୍ଥକୁ କାଗଜରେ ଗୁଡ଼ାଇ ସାଧାରଣ ଆକୃତିର କରି ତାହା ପ୍ରସ୍ତୁତ କରାଯାଉଛି। ଏଥିରେ ନିକୋଟିନ ନ ଥିବାରୁ ଏହାକୁ ସ୍ବାସ୍ଥ୍ୟପ୍ରଦ ବୋଲି କୁହାଯାଉଛି।
ବର୍ତ୍ତମାନ ବଜାରରେ ମିଳୁଥିବା ସବୁଠାରୁ ଜନପ୍ରିୟ ହର୍ବାଲ-ସିଗାରେଟ୍‌ ହେଲା ଅର୍ଗାନିକ ସ୍ମୋକ୍‌ସ। ଏହାର ପ୍ରସ୍ତୁତକର୍ତ୍ତାଙ୍କ ସୂଚନା ଅନୁସାରେ ଏଥିପାଇଁ ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶକରି ଉପକାରୀ ଉଦ୍ଭିଦଜ ଉପାଦାନ ମାନ ବ୍ୟବହାର କରାଯାଉଛି। ଏଣୁ ଏଥିରୁ ନିର୍ଗତ ଧୂଆଁର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହୁନାହିଁ ବରଂ ତାହା କାଶ, କଫ ଆଦି ରୋଗର ଉପଶମ କରିପାରୁଛି। ପୁନଶ୍ଚ ଏହା ଧୂଆଁପତ୍ର ଭିତ୍ତିକ ସାଧାରଣ ସିଗାରେଟ୍‌ ସେବନରୁ ଲୋକଙ୍କୁ ନିବୃତ୍ତ କରୁଛି। କିନ୍ତୁ ରୋଗ ବିଶେଷଜ୍ଞମାନେ ଏହାକୁ ଗ୍ରହଣ କରୁନାହାନ୍ତି। ସେମାନଙ୍କ ମତରେ ଏଥିରେ ସିନା ନିକୋଟିନ ନାହିଁ ତେବେ ଅନ୍ୟାନ୍ୟ ଜୈବ ପଦାର୍ଥ ରହିଛି; ଯାହା ଜଳିଲେ ତହିଁରୁ ଆଲକାତରା ସମେତ ବିବିଧ ବିଷାକ୍ତ ବାଷ୍ପ ସୃଷ୍ଟି ହୋଇପାରେ। ସେସବୁ ଫୁସ୍‌ଫୁସ୍‌ ପାଇଁ କ୍ଷତିକାରକ। ନିକଟରେ ଗବେଷଣା ପତ୍ରିକା ‘ଟବାକୋ କଂଟ୍ରୋଲ’ରେ ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଯାଇଛି ଯେ, ହର୍ବାଲ ସିଗାରେଟ୍‌ରୁ ନିର୍ଗତ ଧୂଆଁ ସାଧାରଣ ସିଗାରେଟ୍‌ ଧୂଆଁଠାରୁ କୌଣସି ଗୁଣରେ କମ୍‌ କର୍କଟ ରୋଗକାରୀ ନୁହେଁ। ପୁନଶ୍ଚ ଏଥିରେ ମଧ୍ୟ ପ୍ରଚୁର ପରିମାଣରେ କାର୍ବନ ମନୋକ୍‌ସାଇଡ ଏବଂ ସୂକ୍ଷ୍ମକଣିକା ଥିବା ଜଣାପଡ଼ିଛି। ଏ ଉଭୟେ ସ୍ବାସ୍ଥ୍ୟ ପାଇଁ ବିଶେଷଭାବେ କ୍ଷତିକାରକ।
ଅବଶ୍ୟ ହର୍ବାଲ-ସିଗାରେଟ୍‌ ଉପରେ ଅଧ୍ୟୟନ ଏବେ ମଧ୍ୟ ସୀମିତାବସ୍ଥାରେ ରହିଛି। ତେବେ, ତାହା ଯେତିକି ହୋଇଛି ସେତିକିରୁ ଏକଥା ସ୍ପଷ୍ଟ ଯେ, ତାହା କଦାପି ନିରାପଦ ନୁହେଁ। ପୁନଶ୍ଚ ସାଧାରଣ ସିଗାରେଟ୍‌ ଭଳି ତା’ ଖୋଳ ଉପରେ କୌଣସି ବିପଦ ସୂଚକ ସଙ୍କେତ ଦିଆଯାଉନାହିଁ କିମ୍ବା ଏହାକୁ ସରକାରଙ୍କ ଦ ସିଗାରେଟ୍ସ ଏଣ୍ଡ ଅଦର ଟବାକୋ ପ୍ରଡକ୍ସ ଆକ୍ଟ ଦ୍ୱାରା ନିୟନ୍ତ୍ରିତ କରାଯାଉନାହିଁ। ଏଣୁ ସାଧାରଣ ଲୋକେ ବିଶେଷକରି ଯୁବପିଢ଼ି ଏହାକୁ ନିରାପଦ ମନେକରି ଅଧିକ ସେବନ କରିବା ସମ୍ଭାବନା ରହିଛି। ଏପରି ସ୍ଥଳେ ସିଗାରେଟ୍‌ ବା ଇ-ସିଗାରେଟ୍‌ ଭଳି ଏହା ମଧ୍ୟ ବିପଜ୍ଜନକ ହୋଇପାରେ ବୋଲି ଜନସଚେତନତା ସୃଷ୍ଟି କରିବା ଏବଂ ଏହାର ବିକ୍ରୟ ଏବଂ ପ୍ରଚାର ଉପରେ ନିୟନ୍ତ୍ରଣ ଜାରି କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ଉଚିତ। ସମସ୍ତେ ଉପଲବ୍ଧି କରିପାରିବେ ଯେ, ସବୁ ପ୍ରକାର ଧୂମପାନ ସ୍ବାସ୍ଥ୍ୟହାନି କାରକ। ଏଣୁ ସବୁ ପ୍ରକାର ସିଗାରେଟ୍‌ ଜୀବନଘାତକ।
-ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫, ଖଣ୍ଡିଗିରି ବିହାର, ଭୁବନେଶ୍ୱର,
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri