ପୁରୁଣା ଜିନିଷ ନୂଆ ରୂପ

ଛୋଟ ହେଉ କିମ୍ବା ବଡ଼, ଏଠାରେ ପ୍ରତି ସାମଗ୍ରୀରେ ଝଲସୁଛି କାରିଗରଙ୍କ ହସ୍ତକଳାର ନୈପୁଣ୍ୟତା। ସାଧାରଣ ମଣିଷର କଳ୍ପନା ବାହାରେ ଏମାନେ ସୃଷ୍ଟି କରିଛନ୍ତି ଗୋଟିଏକୁ ବଳି ଆଉ ଗୋଟିଏ ଜିନିଷ। ଘର ସଜ୍ଜା ସାମଗ୍ରୀ ହେଉ କି ଘରକରଣା ସାମଗ୍ରୀ, କିଛି ନୂଆ କରିବାର ଆଗ୍ରହ ଏମାନଙ୍କୁ ଦେଇଛି ଏକ ନୂଆ ପରିଚୟ। ଏପରି କିଛି ନିପୁଣ କାରିଗରଙ୍କୁ ଦେଖିବାକୁ ମିଳିଛି ଓରମାସ୍‌ ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚାଲିଥିବା ‘ଶିଶିର ସରସ ମେଳା’ରେ। ଏଇଠି ପ୍ରତିଫଳିତ ହୋଇଛି ଭାରତର ଗ୍ରାମୀଣ କଳାକୃତି ଓ ହସ୍ତଶିଳ୍ପର ଝଲକ। ମହିଳା ଶିଳ୍ପୀ ହୁଅନ୍ତୁ କି ପୁରୁଷ ଶିଳ୍ପୀ, ସମସ୍ତଙ୍କ ହାତରେ ରହିଛି ଯାଦୁକରି କାରିଗରି ଶୈଳୀ।

ଫେରିଛି ଟ୍ରାଇବାଲ୍‌ ଜୁଏଲେରି ଟ୍ରେଣ୍ଡ୍‌

ନୂଆ ନୂଆ ଟ୍ରେଣ୍ଡ ଆସୁଛି ଫ୍ୟାଶନ ଇଣ୍ଡଷ୍ଟ୍ରିରେ ସାମିଲ ହେଉଛି। ହେଲେ ଓଲ୍ଡ ଇଜ୍‌ ଗୋଲ୍ଡରେ ବିଶ୍ୱାସ ରଖୁଥିବା ଫ୍ୟାଶନ ଇଣ୍ଡଷ୍ଟ୍ରି ପାରମ୍ପରିକରେ ଆଧୁନିକତାର ଫ୍ୟୁଜନ୍‌ ଦେଇ ଆବିଷ୍କାର କରୁଛି ଏକାଧିକ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ। ଯେଉଁଥିରେ ଏବେ ସବୁଠାରୁ ଆଗରେ ରହିଛି ଟ୍ରାଇବାଲ୍‌ ଓ ବୋହୋ ଜୁଏଲେରି। ଶାଢି, ସାଲଓ୍ବାର୍‌ ସୁଟ୍‌ କି ଲେହେଙ୍ଗା ଭଳି ଟ୍ରାଡିଶନାଲ ଓ ଏଥ୍‌ନିକ୍‌ ଓ୍ବେର୍‌ ହେଉ କି ଜିନ୍ସ କିମ୍ବା ଓ୍ବେଷ୍ଟର୍ନ ଡ୍ରେସ୍‌, ସବୁଥିରେ ଟ୍ରାଇବାଲ ଜୁଏଲେରିକୁ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟଭାବେ ପିନ୍ଧିହେଉଛି। ଷ୍ଟେଟ୍‌ମେଣ୍ଟ ଜୁଏଲେରିର ଲୋକପ୍ରିୟତା ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରେ ବହୁଳଭାବେ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଅଳଙ୍କାର ଏବେ ରାଜ୍ୟ ଏବଂ ରାଜ୍ୟ ବାହାରେ ଆଦୃତି ଲାଭକରିଛି। ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ପାରମ୍ପରିକ ଅଳଙ୍କାର ମଧ୍ୟରେ ଗଳାହାରଠାରୁ ଆରମ୍ଭ କରି ପିତ୍ତଳ ଖଡୁ, ଚୁଡି, କାନଫୁଲ, ମୁଦି ଆଦିର ଚାହିଦା ରହିଛି। ନବରଙ୍ଗପୁର ଜିଲା ଚୁରାହାଣ୍ଡିରୁ ଆସିଥିବା ଲକ୍ଷ୍ମୀ ନାୟକ ଶିଶିର ସରସ ମେଳାକୁ ବିଭିନ୍ନ ପ୍ରକାର ଜନଜାତି ଅଳଙ୍କାର ଆଣି ଆସିଥିବା ବେଳେ ଏହାମଧ୍ୟରେ ରହିଛି ନାକରେ ପିନ୍ଧାଯାଉଥିବା ‘ନାଙ୍ଗୁଲ’, ନାକ ଓ କାନରେ ପିନ୍ଧାଯାଉଥିବା ଛୋଟ ରିଂ ତଥା ‘ବରୀ’, ବେକରେ ପିନ୍ଧାଯାଉଥିବା ‘ବେଲପତ୍ରୀ ହାର’, ‘ନାନୁ’, ‘ଚାପ ସେରୀ’, ‘ସୁଉକି ହାର’, ‘ଘଣ୍ଟି ହାର’, ‘ଶୋରସିଆ ହାର’, ‘ପାରମ୍ପରିକ ଆଦିବାସୀ ହାର’ ଓ ପିତ୍ତଳରେ ତିଆରି ‘ଗିନି ହାର’ ଆଦି ରହିଛି।
୨୦୦ ଟଙ୍କାରେ ଉପଲବ୍ଧ ହେଉଥିବା ଗିନି ହାରକୁ ଉଭୟ ଶାଢି ଏବଂ ଡ୍ରେସ୍‌ ସହ ପିନ୍ଧିହେଉଛି। ସେହିଭଳି ‘ଚକ୍ରି ହାର’ ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ଟ୍ରାଇବାଲ ଜୁଏଲେରି। ଏହାର ଦାମ୍‌ ୩୦୦ରୁ ୭୦୦ ଟଙ୍କା ମଧ୍ୟରେ ରହିଛି। ସେହିଭଳି ତମ୍ବା ଏବଂ ପିତ୍ତଳର ମିଶ୍ରଣରେ ପ୍ରସ୍ତୁତ କଳା ବେଲପତ୍ରୀ ହାର ସେମାନେ ବାହାର ଲୋକଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି। ଏହାବ୍ୟତୀତ ପିତଳ ଓ ତମ୍ବାରେ ପ୍ରସ୍ତୁତ ହାତ ଓ ଗୋଡ ମୁଦି, ତମ୍ବା କଇଁଚ ମୁଦି ଏବଂ ତମ୍ବା ଓ ପିତ୍ତଳ ବଳା ଆଦିର ଚାହିଦା ରହିଛି। ଆଣ୍ଟିକ୍‌ ଜୁଏଲାରି ପିନ୍ଧିବା ଏବେକାର ଟ୍ରେଣ୍ଡ ହୋଇଥିବା ବେଳେ ଏଠାରେ ମିଳୁଥିବା ଟ୍ରାଇବାଲ ଜୁଏଲେରି ସବୁଠାରୁ ଭଲ ଏବଂ ଏଥିରେ ବେଶ୍‌ ନୂତନତ୍ବ ରହିଥିବା ଏଠାକୁ ଆସୁଥିବା ଗ୍ରାହକମାନେ କହିଛନ୍ତି।
ଇକୋ-ଫ୍ରେଣ୍ଡ୍‌ଲୀ ସାମଗ୍ରୀ
ପ୍ଲାଷ୍ଟିକ୍‌ ନୁହେଁ କି ପଲିଥିନ୍‌ ନୁହେଁ। ଶତ ପ୍ରତିଶତ ପ୍ରାକୃତିକ ସାମଗ୍ରୀରେ ପ୍ରସ୍ତୁତ ପରିବେଶ ଉପଯୋଗୀ ଘରସଜ୍ଜା ସାମଗ୍ରୀ। ବର୍ତ୍ତମାନର ଇଣ୍ଟେରିୟର ଡିଜାଇନ୍‌ରମାନେ ଆର୍ଟିଫିସିଆଲ ଓ ପରିବେଶ ପାଇଁ ହାନିକାରକ ଘରସଜ୍ଜା ସାମଗ୍ରୀ ପରିବର୍ତ୍ତେ ଇକୋ-ଫ୍ରେଣ୍ଡ୍‌ଲୀ ସାମଗ୍ରୀ ବ୍ୟବହାର କରିବାକୁ ପସନ୍ଦ କରୁଥିବା ବେଳେ ଶିଶିର ସରସ ମେଳାରେ ମିଳୁଛି ସେଭଳି ଏକାଧିକ ସାମଗ୍ରୀ। ଓଡ଼ିଶା ସମେତ ୨୫ଟି ରାଜ୍ୟରୁ ଆସିଥିବା ଗ୍ରାମୀଣ କାରିଗରମାନେ ଏଠାରେ ଭଳିକି ଭଳି ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରୁଛନ୍ତି। ତାହାପୁଣି ପକେଟ୍‌କୁ ସୁହାଇଲା ଭଳି ଦାମ୍‌ରେ। ଫୋଲ୍ଡିଙ୍ଗ ନାଇଟ୍‌ ଲ୍ୟାମ୍ପରୁ ଆରମ୍ଭକରି ପେପର ମ୍ୟାଚ୍‌ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାର ପତ୍ର, ଫୁଲ ଓ ମଞ୍ଜିରେ ପ୍ରସ୍ତୁତ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଏହା ବେଶ୍‌ ଆକର୍ଷଣୀୟ ଓ ଅତ୍ୟାଧୁନିକ ଲାଗୁଛି।
ପୁଡୁଚେରୀରୁ ଆସିଥିବା ପେପର ମ୍ୟାଚ୍‌ ସାମଗ୍ରୀର ଦାମ୍‌ ୮୦ଟଙ୍କାରୁ ଆରମ୍ଭ କରି ୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି। ପ୍ରତିଥର ଭଳି ଏଥର ମଧ୍ୟ ଉତ୍ତର-ପୂର୍ବ ରାଜ୍ୟରୁ ଆସିଥିବା ପ୍ରାକୃତିକ ପତ୍ର ଓ ଫୁଲରେ ଘରସଜ୍ଜା ସାମଗ୍ରୀ ଶିଶିର ସରସର ଆକର୍ଷଣ ସାଜିଛି। ପ୍ରଥମେ ପତ୍ର ଓ ଫୁଲ ସଂଗ୍ରହ କରି ସେଗୁଡିକୁ ଶୁଖାଇବା ପରେ ସେଥିରେ ଗ୍ଲିଟର ରଙ୍ଗ ବୋଳି ଏହି ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ଗ୍ଲିଟର ଲଗାଇବା ଦ୍ବାରା ଏହା ଚମକିବା ସହ ସହଜରେ ମଧ୍ୟ ଭାଙ୍ଗିଯାଏନି। ଏହାପରେ ଆବଶ୍ୟକୀୟ ରଙ୍ଗ ତଥା ଗୋଲ୍ଡେନ୍‌, ସିଲ୍‌ଭର ଏବଂ ଜିଙ୍କ୍‌ ବ୍ୟବହାର କରି ଅଠାଦେଇ ତାହାକୁ ଯୋଡାଯାଏ ଏବଂ ଫୁଲ, ପତ୍ର ଠିକ୍‌ ଭାବେ ପ୍ରସ୍ତୁତ ହୋଇଯିବାପରେ ତାହାକୁ କାଠିରେ ବାନ୍ଧି ଗୋଟିକିଆ ତୋଡା ପ୍ରସ୍ତୁତ କରାଯାଏ ବୋଲି ଶିଳ୍ପୀ କହିଛନ୍ତି। ଏହାର ଗୋଟା ପିଛା ଦାମ୍‌ ୧୦ଟଙ୍କାରୁ ୫୦ଟଙ୍କା ଯାଏ ରହୁଛି। କେବଳ ଏତିକି ନୁହେଁ, ଏଠାରେ ମାଟିରେ ତିଆରି ପାଣି ବୋତଲ, କପ୍‌, ପ୍ଲେଟ୍‌, ଗିନା, ଚାମଚ ଭଳି ଇକୋ-ଫ୍ରେଣ୍ଡଲୀ ସାମଗ୍ରୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri