ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୧୮ା୪: ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମାଛ ଚାଲାଣକାରୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶକୁ ରପ୍ତାନୀ କରୁଛନ୍ତି। ସଚେତନ ଅଭାବରୁ ସାଧାରଣ ମତ୍ସ୍ୟଜୀବୀ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌ ଟଙ୍କାରେ କିଣି ମାଲାମାଲ୍‌ ହେଉଛନ୍ତି ମାଛ ଚାଲାଣକାରୀ। ଏମିତିକି ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ଏବଂ ଅନ୍ୟ ମାଛ ଧରାପଡୁଛନ୍ତି। ମାତ୍ର ମତ୍ସ୍ୟଜୀବୀମାନେ ସେହି ମାଛର ଉପାଦେୟତା ଏବଂ ଏହାକୁ ଧରିବା କଥା କି ନାହିଁ ସେ ବିଷୟରେ ଜାଣିପାରୁ ନାହାନ୍ତି । ଫଳରେ କେତେକ ପ୍ରଜାତିର ମାଛ ବିଲୁପ୍ତପ୍ରାୟ ହୋଇଥିଲେ ମଧ୍ୟ ସେମାନଙ୍କୁ ସୁରକ୍ଷା ଦିଆଯାଇ ପାରୁନାହିଁ। ଅନ୍ୟପକ୍ଷରେ କରୋନା କଟକଣା ପାଇଁ ବର୍ତ୍ତମାନ ସମୁଦ୍ରକୁ ମତ୍ସ୍ୟଜୀବୀମାନେ ପ୍ରାୟତଃ ଯାଉନାହାନ୍ତି। ଯନ୍ତ୍ରଚାଳିତ ବୋଟ, ଡଙ୍ଗା, ଟ୍ରଲର ଆଦି ଚଳାଚଳ କରୁନାହିଁ। ସମୁଦ୍ର ଶାନ୍ତ ରହିଥିବାରୁ ବିଭିନ୍ନ ପ୍ରକାର ଜଳଜୀବ କୂଳମୁହଁ। ହେଉଛନ୍ତି, ଯାହାକି ଏକ ଶୁଭ ଲକ୍ଷଣ ବୋଲି ବନ୍ୟପ୍ରାଣୀ ତତ୍ତ୍ବାବଧାରକ କହିଛନ୍ତି।
ପୁରୀ ସହରର ମତ୍ସ୍ୟଜୀବୀମାନେ ପ୍ରତ୍ୟହ ଡଙ୍ଗା ନେଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି। ହଜାର ଜହାର ସଂଖ୍ୟାରେ ମତ୍ସ୍ୟଜୀବୀ ସମୁଦ୍ରରୁ ମାଛ ମାରି ସେମାନଙ୍କ ପରିବାର ଚଳାଇଥାନ୍ତି। ସମୁଦ୍ର ଭିତରେ ଜାଲ ପକାଇ ମାଛ ଧରିବା ସହ ସୂତି ମଧ୍ୟ ପକାଇଥାନ୍ତି। ବେଳେବେଳେ ଜାଲରେ ବିରଳ ପ୍ରଜାତିର ମାଛ ପଡୁଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ଚିହ୍ନି ନ ପାରି ଏହାକୁ ସାଧାରଣ ମାଛ ଦାମ୍‌ରେ ବିକ୍ରି କରିଥାନ୍ତି। ବର୍ତ୍ତମାନ କରୋନା କଟକଣା ପାଇଁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଉନାହାନ୍ତି। ତଥାପି କଁ। ଭଁ। ମତ୍ସ୍ୟଜୀବୀ ଯାଉଛନ୍ତି। ଶୁକ୍ରବାର ଅପରାହ୍ନରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରଳ ପ୍ରଜାତିର ସାର୍କ ମାଛ ପଡିଥିଲା। ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ କି ମାଛ ବୋଲି ପଚାରିବାରୁ ସେ ଜାଣି ନ ଥିବା କହିଥିଲେ। ବର୍ତ୍ତମାନ ବ୍ୟବସାୟୀ ଆସୁ ନ ଥିବାରୁ ସେ ଏହାକୁ ଘରକୁ ନେଇଯାଇଥିଲେ।
ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆକାଶ ରଞ୍ଜନ ରଥ କହିଛନ୍ତି ଏହା ବିରଳ କିମ୍ବା ବିଲୁପ୍ତ ପ୍ରାୟ ପ୍ରଜାତିର ହାମରହେଡେଡ୍‌ ସାର୍କ। ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ୍‌ ନେଚର) ଅନୁସାରେ ଏହାକୁ ଧରିବା କିମ୍ବା ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ। ଏହା ସାଧାରଣତଃ ସମୁଦ୍ର ତଳ ଭାଗରେ ବାସ କରିଥାନ୍ତି । ମୁହଁର ଅଗ୍ରଭାଗରେ ଥିବା ହାମର (ହାତୁଡ଼ି ସଦୃଶ)ରେ ଛୋଟ ଜଳଜୀବଙ୍କୁ ବାଡେଇ ନିସ୍ତେଜ କରିବା ପରେ ଖାଇଥାନ୍ତି। ଏମାନେ ସାଧାରଣତଃ ଜାଲରେ ପଡ଼ି ନ ଥାନ୍ତି । ୨୦୦୫ ପୂର୍ବରୁ ପୁରୀ ସମୁଦ୍ର ଏବଂ ଚିଲିକାରେ ଏମାନଙ୍କୁ ଦେଖିବାକୁ ମିଳୁଥିଲା। ଦୀର୍ଘ ୧୫ ବର୍ଷ ହେଲାଣି ଏହି ପ୍ରଜାତିର ସାର୍କଙ୍କ ଅସ୍ତିତ୍ୱ ନ ଥିଲା। ଏହି ପ୍ରଜାତିର ଛୋଟ ସାର୍କ ସାଧାରଣତଃ ମୁହାଣ ଏବଂ ସମୁଦ୍ର କୂଳ ପାଖାପାଖି ଦେଖାଯାଆନ୍ତି। ବଡ଼ ସାର୍କ ଗଭୀର ସମୁଦ୍ରରେ ରୁହନ୍ତି। କରୋନା କଟକଣା ଯୋଗୁ ଏବେ ସମୁଦ୍ରକୁ ମତ୍ସ୍ୟଜୀବୀମାନେ ଯାଉ ନାହାନ୍ତି। ତେଣୁ ଏହି ପ୍ରଜାତିର ସାର୍କ ସହିତ ଅନ୍ୟ କେତେକ ଜଳଜୀବ କୂଳମୁହଁା ହୋଇଥିବା ରଥ କହିଛନ୍ତି । କିଛିଦିନ ତଳେ ଗୋପାଳପୁରରେ ଏକ ବର୍ଲିନ ହ୍ବେଲ ଜାଲରେ ପଡ଼ିବା ଏହାକୁ ଅନ୍ୟ ଏକ ପ୍ରମାଣ ବୋଲି ରଥ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri