୧୦୦ କି.ମି. ଚାଲିଲେ ୫ ଯୁବକ

ପିପିଲି,୧୮ା୪(ଡି.ଏନ.ଏ): ଚାଲିବାକୁ ବଳ ପାଉନାହିଁ। ତଥାପି କଷ୍ଟେମଷ୍ଟେ ପାଦ ପକାଇବାକୁ ପଡ଼ୁଛି। ଭୋକ ବାଟ କଢାଇ ନେଉଛି। ଢେଙ୍କାନାଳରୁ ପିପିଲି ପାଖାପାଖି ୧୦୦ କିମି ଚାଲି ଚାଲି ଘରକୁ ଫେରିଛନ୍ତି କେତେଜଣ ଦିନମଜୁରିଆ। ଶୁକ୍ରବାର ପିପିଲି ବଜାରରେ ଏମାନେ ପହଞ୍ଚିଛନ୍ତି। ଢେଙ୍କାନାଳ କପିଳାସସ୍ଥିତ ଅନ୍ନପୂର୍ଣ୍ଣା ରାଇସ ମିଲରେ କାମ କରୁଥିଲେ ପୁରୀ ଜିଲା ସୁକଳ ଓ ବ୍ରହ୍ମଗିରିର କେତେଜଣ ଯୁବକ। ସେମାନେ ହେଲେ ବାମବରଡାର ବଳରାମ ସ୍ବାଇଁ, ଚଣ୍ଡପଡ଼ାର ଚନ୍ଦ୍ର ଶେଖର ବିଶ୍ବାଳ, ଦାମୋଦରପୁରର ପ୍ରକାଶ ଜେନା, ମାନସ ଜେନା ଏବଂ ଶମ୍ଭେଶ୍ବର ଜେନା। ତେବେ କରୋନା ପାଇଁ କମ୍ପାନୀରେ କାମ ବନ୍ଦ ହୋଇଯିବା ପରେ ଦୁଃଖକଷ୍ଟରେ କିଛିଦିନ ବିତାଇଲେ। ଖାଇବା ସମସ୍ୟା ସାଙ୍ଗକୁ ପଇସାପତ୍ର ସବୁ ଶେଷ ହୋଇଗଲା। ଭୋକର ଦାଉ ଯେତେବେଳେ ବଢିଲା ସେତେବେଳେ ଘରମୁହାଁ ହୋଇଛନ୍ତି ଏହି ଯୁବକମାନେ। ଗୁରୁବାର ରାତି ୧୨ଟାରେ ଢେଙ୍କାନାଳରୁ ପାଦ କାଢିଥିଲେ। ଶୁକ୍ରବାର ଅପରାହ୍ନ ୫ଟାରେ ଏମାନେ ପିପିଲିରେ ପହଞ୍ଚିଥିଲେ। ରାତି ପାହିଲେ ନିଜ ନିଜ ଗାଁ ଅଭିମୁଖେ ବାହାରିବେ ବୋଲି ଏହି ଯୁବକମାନେ କହିଛନ୍ତି। ଖବର ପାଇ ପିପିଲିର ପିପୁଲ ଫର୍‌ ସେବା ଏବଂ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ, ବାଟମହାବୀର କ୍ଲବ ପକ୍ଷରୁ ସେମାନଙ୍କୁ ଖାଇବା ପାଇଁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri