ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଦକ୍ଷିଣ ବନଖଣ୍ଡରୁ ବିପୁଳ ପରିମାଣର ରଥ କାଠ ପୁରୀ ପଠାଯାଉଛି। ଏହିଭଳି ଗତ ମାସ ୨୩ ତାରିଖରେ ତାରସିଂ ରେଞ୍ଜ ରୁ ୨୦ ଖଣ୍ଡ କାଠ ପୁରୀ ପଠାଯାଇଥିଲା। ଶୁକ୍ରବାର ପୁଣି ଉକ୍ତ ରେଞ୍ଜର ଘୋଗଡ ଜଙ୍ଗଲରୁ ଆଉ ୨୦ ଖଣ୍ଡ ବିରାଟ ବିରାଟ କାଠ ଗଣ୍ଡି ପୁରୀ ଅଭିମୁଖେ ପଠାଯାଇଛି।

ଡି ଏଫ୍ ଓ ହିମାଂଶୁ ଶେଖର ମହାନ୍ତି ପୂଜାର୍ଚ୍ଚନା କରିବା ପରେ ତାହା ଟ୍ରକ ଯୋଗେ ପଠାଯାଇଛି। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଭାଗୀୟ ଅଧିକାରୀ ମାନେ ସହଯୋଗ କରିଥିଲେ।

ଏହା ପୁର୍ବରୁ ଦକ୍ଷିଣ ଘୁମୁସର ବନଖଣ୍ଡରୁ ମଧ୍ୟ ବିପୁଳ ପରିମାଣର କାଠ ପଠାଯାଇଛି।

