ପୁରୀ ପ୍ରଶାସନ ପାଇଁ ଅଳିଆ ଅଡୁଆ: ସଫେଇ ଚାଲିଛି, ପକାଇବାକୁ ଜାଗା ନାହିଁ

ପୁରୀ ଅଫିସ, ୧୧ା୮: ଆଇକନିକ୍‌ ସହର ପୁରୀକୁ ସ୍ବଚ୍ଛ ରଖିବା ପାଇଁ ହେଉଥିବା ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏଭଳି ମହତ ଉଦ୍ଦେଶ୍ୟରେ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ଖବରଦାତା, ଆଇନଜୀବୀ ଏବଂ ସ୍ଥାନୀୟ ବାସିନ୍ଦ ସ୍ବେଚ୍ଛାକୃତ ଭାବେ ସାମିଲ ମଧ୍ୟ ହେଉଛନ୍ତି। ମାତ୍ର ଏବେ ପୁରୀ ପ୍ରଶାସନ ପାଇଁ ଅଡୁଆ ସୃଷ୍ଟି କରିଛି ଅଳିଆ। ପୁରୀରୁ ବାହାରୁଥିବା ଟନ୍‌ ଟନ୍‌ ଅଳିଆ ଆବର୍ଜନାକୁ କେଉଁଠାରେ ପକାଯିବ ସେନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଶାସନିକ ଅଧିକାରୀ। ଡମ୍ପିଂ ପାଇଁ ସ୍ଥାନ ଅଭାବ ପଡ଼ିବାରୁ ପ୍ରସ୍ତାବିତ ଷ୍ଟାଡିୟମ ପରିସର ଆଉ ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ଏହି ଅଳିଆ ଡମ୍ପିଂ କରାଯାଉଛି। ପ୍ରତି ଦିନ ଏଠାରେ ଗଦା କରାଯାଇଛି କୁଢ କୁଢ ଅଳିଆ ଆବର୍ଜନା। ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ଭିତରେ ଜମିଛି ପରିବେଶ ପାଇଁ ଘାତକ ସାଜିଥିବା ପ୍ଲାଷ୍ଟିକ ଆଉ ପଲିଥିନ। ଏହାର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶାସନ ହରଡ଼ଘଣାରେ ପଡିଥିବା ବେଳେ ପରୀକ୍ଷାମୂଳକ କମ୍ପୋଷ୍ଟ ହିଁ ସାଜିଛି ଶେଷ ଭରସା। ବାତ୍ୟା ପରେ ପୁରୀ ହସରରୁ ବାହାରିଥିବା ଟନ୍‌ ଟନ୍‌ ଆବର୍ଜନାକୁ କମ୍ପୋଷ୍ଟ କରିବା ଲାଗି ପୌରସଂସ୍ଥା ଯୋଜନା କରିଛି। ହେଲେ ପରୀକ୍ଷାମୂଳକ ଭାବେ ହେବାକୁ ଥିବା କମ୍ପୋଷ୍ଟ ସଫଳ ହେଉଛି ନା ଫେଲ୍‌ ମାରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ବାତ୍ୟା ପୂର୍ବରୁ ପୁରୀ ସହରରୁ ଦୈନିକ ପ୍ରାୟ ୬୦ ଟନ୍‌ ଆବର୍ଜନା ବାହାରୁଥିଲା। ହେଲେ ଫନୀ ପରେ ଆବର୍ଜନାର ପରିମାଣ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଥିଲା। ପ୍ରାୟ ୨ ମାସ ଧରି ଦୈନିକ ୬୦୦ ଟନ୍‌ ଅଳିଆ ବାହାରିଥିଲା। ତେବେ ଏହାକୁ କେଉଁଠାରେ ଡମ୍ପିଂ କରାଯିବ ତାହାର ସ୍ଥାନ ସଙ୍କଟ ଦେଖାଦେଲା। ବାତ୍ୟାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଭାଙ୍ଗି ପଡିଥିବା ବେଳେ ଦୈନିକ ଶହ ଶହ ଟ୍ରିପ୍‌ ଅଳିଆ ଆବର୍ଜନା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଥିଲା। ତେଣୁ ବାଧ୍ୟ ହୋଇ ପୌରସଂସ୍ଥା ସହର ମଧ୍ୟରେ ଥିବା ୩/୪ଟି ଖୋଲା ଜାଗାରେ ଆବର୍ଜନା ଗଦା କରିଥିଲା। ହେଲେ ଏହି ସ୍ଥାନଗୁଡ଼ିକ ପୂର୍ଣ୍ଣ ହୋଇଯିବା ପରେ ପୌରସଂସ୍ଥା ପ୍ରସ୍ଥାବିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ପରିସରରେ ଅଳିଆ ଗଦା କରିଥିଲା। ଧୀରେ ଧୀରେ ଆବର୍ଜନା ଜମା ହୋଇ ଛୋଟ ପାହାଡର ଭ୍ରମ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିବାରୁ ପ୍ରଶାସନ ଏହି ଆବର୍ଜନାକୁ କମ୍ପୋଷ୍ଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ଷ୍ଟାଡିୟମ୍‌ ପରିସରରୁ କିଛି ଟ୍ରିପ୍‌ ଅଳିଆ ନେଇ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ମଧ୍ୟରେ ପକାଇଛି। ଏଠାରେ ପରୀକ୍ଷା ମୂଳକ ଭାବେ କମ୍ପୋଷ୍ଟ କରିବା ଲାଗି ଆବର୍ଜନା ଆଣି ପକାଯାଇଥିବା ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ସେହିପରି ଏହି ଜଙ୍ଗଲ ମଧ୍ୟରେ ହଜାର ଜହାର ପାଣି ପାଉଚ୍‌ ମଧ୍ୟ ଗଦା କରାଯାଇଛି। ଏହି ଆବର୍ଜନା ଏବଂ ପାଣି ପାଉଚ ନିକଟ ବାଲୁଖଣ୍ଡ ଅଭୟାରଣ୍ୟ ବନ୍ୟଜନ୍ତୁଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଛି ପୌରସଂସ୍ଥା। ତେବେ ପରୀକ୍ଷାମୂଳକ କମ୍ପୋଷ୍ଟ ପାଇଁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ଭିତରେ ଅଳ୍ପ କେତେ ଟ୍ରିପ୍‌ ଆବର୍ଜନା ପକାଯାଇଥିବା ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି।
ତେବେ ଆବର୍ଜନା ପକାଇବା ପାଇଁ ପୌରସଂସ୍ଥା ଜାଗା ପାଉ ନ ଥିବାବେଳେ ଏଭଳିସ୍ଥଳରେ ସଫେଇ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲାପାଳ। ଗତ କିଛିଦିନ ଧରି ପୁରୀ ବେଳାଭୂମିକୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ଜରିଆରେ ସଫା କରାଯାଉଛି। ପ୍ରତ୍ୟେହ ବହୁ ପରିମାଣରେ ଅଳିଆ ବାହାରୁଛି। ପୁଣି ପେଣ୍ଠକଟା ଅଞ୍ଚଳର ସବୁ ଗଳିରୁ ଆବର୍ଜନା ହଟାଇବା ଲାଗି ଜିଲା ପ୍ରଶାସନ ଯୋଜନା କରିଛି। ଏଥିପାଇଁ କମିଟି ଗଠନ କରାଯାଇଥିବା ବେଳେ ବସ୍ତିବାସିନ୍ଦାଙ୍କୁ ଏଥିରେ ସହଯୋଗ କରିବା ଲାଗି ନିବେଦନ କରାଯାଇଛି। ପେଣ୍ଠକଟା ବେଳାଭୂମି ମଧ୍ୟ ସଫେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri