ପୁରୀ ଗଣବଳାତ୍କାର ମାମଲା: ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ, ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୩।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ମାମଲାକୁ ନେଇ ରାଜନୀତି ଜୋର ଧରିଛି। ପୁରୀର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିବାବେଳେ ରାଜଧାନୀରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି। ଛାତ୍ର କଂଗ୍ରେସ ପକ୍ଷରୁ ଶିଶୁ ଭବନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ଛାତ୍ର ନବୀନ ନିବାସକୁ ଯାଉଥିଲାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୋଲିସ ଏବଂ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁରୀ ଏସପି ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ବିକ୍ଷୋଭରତ ଛାତ୍ରମାନେ ଦାବି କରିଥିଲେ। ସୂଚନାଯୋଗ୍ୟ, ସୋମବାର ରାତିରେ ଜଣେ ନାବାଳିକା(୧୭)ଙ୍କୁ ପୋଲିସ କ୍ୱାର୍ଟର୍ସରେ ଗଣବଳାତ୍କାର କରାଯାଇଥିବା କୁମ୍ଭାରପଡ଼ା ଥାନାରେ ନିଜେ ପୀଡ଼ିତା ଏହି ଅଭିଯୋଗ କରିଥିଲେ। ନିଜକୁ ପୋଲିସ ବୋଲି ପରିଚୟ ଦେଇ ଜଣେ ଯୁବକଙ୍କ ସମେତ ୪ଜଣ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗଣବଳାତ୍କାର କରିଥିଲେ। ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି।