ପୁରୀରେ ମୁଖ୍ୟମନ୍ତ୍ରୀ: ରଥାରୂଢ଼ ଠାକୁରଙ୍କୁ କରିବେ ଦର୍ଶନ

ପୁରୀ ଅଫିସ,୪।୭: ପବିତ୍ର ଘୋଷଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ପହଞ୍ଚିବା ପରେ ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ନିଆଯାଇଛି। ଏଠାରେ ସେ ରଥଯାତ୍ରା ନିମନ୍ତେ ପ୍ରକାଶିତ ହେବାକୁ ଥିବା ସ୍ବତନ୍ତ୍ର ପୁସ୍ତିକା ଉନ୍ମୋଚନ କରିବା ସହ ଭକ୍ତଙ୍କୁ ଜଳବଣ୍ଟନ କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଏହି ପବିତ୍ର ଦିବସକୁ ନେଇ ରାଜ୍ୟ ତଥା ବିଶ୍ୱର ସମସ୍ତ ଜଗନ୍ନାଥ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ସମ୍ପର୍କିତ ଏକ ଭିଡିଓ ଶେୟାର କରିବା ସହ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ସାରା ବିଶ୍ୱର ସମସ୍ତ ଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାରକୃପାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ ବୋଲି ସେ କାମନା କରିଛନ୍ତି।