Posted inପୁରୀ

ପୁରୀରେ ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ

ପୁରୀ ଅଫିସ, ୧।୮: ପୁରୀ ସହରରେ ରହିଛି ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ ଏକ ପରିତ୍ୟକ୍ତ ଘରେ ପଡ଼ିରହିଛି ଏହି ଐତିହାସିକ କୀର୍ତ୍ତିରାଜି। ସୋମବାର ଓଡ଼ିଶା ହାଇକୋର୍ଟ ଅତିଥି ଭବନ ଶିଳାନ୍ୟାସ ସମୟରେ ଏହା ନଜରକୁ ଆସିଛି। ବ୍ରିଟିଶମାନଙ୍କ ସଙ୍କେତ ସ୍ବରୂପ ଏହି କୀର୍ତ୍ତିରାଜି ଆଜି ବି ଅକ୍ଷୁଣ୍ଣ ରହିଛି। ବ୍ରିଟିଶ ଅମଳର ଏହି ହାତ ତିଆରି ଇଞ୍ଜିନକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ଜାତ ହୋଇଛି। ଏ ସମ୍ପର୍କରେ ଜାଣିବା ପରେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବୁଦ୍ଧିଜୀବୀ, ଗବେଷକମାନେ ଏହାକୁ ବୁଲି ଦେଖୁଥିବା ନଜରକୁ ଆସିଛି। ଦୀର୍ଘଦିନ ଧରି ଏହା ପରିତ୍ୟକ୍ତ ଅବସ୍ଥାରେ ରହିଥିଲେ ସୁଦ୍ଧା ଲୁହାରେ କଳଙ୍କି ଲାଗିନାହିଁ।
ସୂଚନା ଅନୁଯାୟୀ, ବ୍ରିଟିଶ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଓ ଗଭର୍ନରମାନେ ପୁରୀ ବୁଲି ଆସିବା ବେଳେ ରାଜଭବନରେ ବିଶ୍ରାମ କରୁଥିଲେ। ଗଭର୍ନରଙ୍କୁ ବିଦ୍ୟୁତ ଯୋଗାଇବା ଉଦ୍ଦେଶ୍ୟରେ ବିଟ୍ରିଶ ସରକାର ଏହି ହାତଚାଳିତ ଇଞ୍ଜିନ ବ୍ୟବସ୍ଥା ଆରମ୍ଭ କରିଥିଲେ। ବ୍ରିଟିଶ ରାଜତ୍ୱର ଅନ୍ତ ଘଟିଥିଲେ ମଧ୍ୟ ଏଠାରେ ଏହି ପୁରାତନ କୀର୍ତ୍ତିରାଜି ଶୋଭାବର୍ଦ୍ଧନ କରୁଛି। ଏହାକୁ ଐତିହ୍ୟର ମାନ୍ୟତା ଦେବା ଲାଗି ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଗବେଷକମାନେ ଦାବି କରିଛନ୍ତି। ସର୍ବୋଦୟ ନେତା ତଥା ଆଇନଜୀବୀ ଶିବପ୍ରସାଦ ମିଶ୍ର କହିଛନ୍ତି, ଏହା ପୁରୀ ପାଇଁ ଗୌରବ। ଏହାକୁ ନେତାଜୀ ସଂଗ୍ରହାଳୟରେ ସ୍ଥାନ ଦିଆଯାଉ। ଯଦ୍ଦ୍ବାରା ସଂଗ୍ରହାଳୟକୁ ଆସୁଥିବା ପର୍ଯ୍ୟଟକ, ଗବେଷକ, ଯୁବପିଢି, ଛାତ୍ରୀଛାତ୍ରମାନେ ଏ ସମ୍ପର୍କରେ ଅବଗତ ହୋଇପାରିବେ। ସେହିପରି ସାମାଜିକ କର୍ମୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ବିଟ୍ରିଶ ରାଜତ୍ୱ ସମୟରେ ନିର୍ମାଣ ହୋଇଥିବା ଏହି ହାତଚାଳିତ ଲୌହ ଇଞ୍ଜିନକୁ ସୁରକ୍ଷିତ ଭାବେ ରଖାଯିବା ଉଚିତ। ଆଗାମୀ ପୀଢି ଲାଗି ଏହା ବହୁ ଉପାଦେୟ ହେବ। ଯୁବପିଢି ଏହାର ଐତିହ୍ୟ ସମ୍ପର୍କରେ ଜାଣିବାକୁ ପାଇବେ। ତେବେ ଏହା କାହା ଅଧୀନରେ ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଜିଇଡି ସଂସ୍ଥା ଅଧୀନରେ ରହିଥିବା କୁହାଯାଉଛି। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏହାକୁ ଯତ୍ନର ସହ ସାଇତି ରଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri