ପୁରୀରେ ଆଉ ୪ କରୋନା ରୋଗୀ ଚିହ୍ନଟ: ୯୧ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ପୁରୀ ଅଫିସ,୩୧।୫: ପୁରୀ ଜିଲାରୁ ପୁଣି ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧ରେ ପହଞ୍ଚିଛି। ଏଥିମଧ୍ୟରୁ ୪୪ ସୁସ୍ଥ ହୋଇଥିବା ବେଳେ ୪୭ଜଣ ଚିକିତ୍ସାଧିନ ଅଛନ୍ତି। ତେବେ ଆକ୍ରାନ୍ତଙ୍କ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନ ଥିବା ବେଳେ ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ନେଇ କୁହାଯାଉଛି।