ପୁରୀରୁ ୧୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦

ପୁରୀ ଅଫିସ, ୧୬।୬: ପୁରୀ ଜିଲାରୁ ମଙ୍ଗଳବାର ପୁଣି ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୭୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୦୦ ଜଣ ସୁସ୍ଥ ହୋଇଥିଲା ବେଳେ ୭୦ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ଚିହ୍ନଟ ୧୫ ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ତେଣୁ କେତେଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ସ୍ଥାନୀୟ କେତେଜଣ ତାହା ଜଣାପଡି ନାହିଁ। କିଛିଦିନ ପୂର୍ବରୁ ଜିଲାର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା। ମାତ୍ର ଗତ ୮ଦିନରେ ୬୯ ଜଣ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢ଼ାଇଛି।