Categories: ଗଞ୍ଜାମ

ପୁନରୁଦ୍ଧାରରେ ଗଞ୍ଜାମର ୧୨ ଯନ୍ତ୍ରୀ ସାମିଲ

ଛତ୍ରପୁର,୧୩ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ପୁରୀ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକ ସମ୍ପୂଣ୍ଣର୍ର୍ ନଷ୍ଟ ହୋଇଯାଇଛି। ରିଲିଫ୍‌ ବଣ୍ଟନଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଓ ପୁନରୁଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲା ପ୍ରଶାସନ ଓ ବିଭିନ୍ନ ବିଭାଗ ଅଧିକାରୀ, ଯନ୍ତ୍ରୀ ଓ ଶ୍ରମିକ ସାମିଲ ହୋଇଛନ୍ତିି। ସେହିପରି ନଷ୍ଟ ହୋଇଥିତ୍ବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ  ନିର୍ଦ୍ଦେଶକ୍ରମେ ଗଞ୍ଜାମ, ରାୟଗଡା ଓ କନ୍ଧମାଳ ଜିଲାର ସହକାରୀ ଓ କନିଷ୍ଠ ଯନ୍ତ୍ରୀ ୧୦ ତାରିଖରୁ ଉକ୍ତ ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗଞ୍ଜାମ ଜିଲାର ଅଧୀକ୍ଷଣ ଯନ୍ତ୍ରୀ ଏସ୍‌. ଟୁଡୁଙ୍କ ସମେତ ବ୍ରହ୍ମପୁର ଗ୍ରାମ୍ୟ ଜଳ ଯୋଗାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଶଶାଙ୍କଶେଖର ପାଢୀ, ସମୀର ପଟ୍ଟନାୟକ, ଗୁରୁଦେବ ଗୌଡ, ସନ୍ତୋଷ ଦାଶ, ସଚ୍ଚିଦାନନ୍ଦ ବିଷୋୟୀ, ଅଶ୍ୱିନୀ କୁମାର ମଲ୍ଲ, ଋତେଶ ମିଶ୍ର ଓ ରବୀନ୍ଦ୍ର କୁମାର ନାୟକ, ସହାକାରୀ ଯନ୍ତ୍ରୀ କାଳୁ ଚରଣ ପାତ୍ର ଏହି କାର୍ଯ୍ୟରେ ସାମିଲ ହୋଇଥିବା ସୂଚନା ଦିଆଯାଇଛି। ପୁରୀ ଜିଲା କଣାସ, ପିପିଲି, ଡେଲାଙ୍ଗ, ଗୋପ, ଅସ୍ତରଙ୍ଗ, ପୁରୀ ସଦର, କୃଷ୍ଣ ପ୍ରସାଦ, ବ୍ରହ୍ମଗିରି ଓ ସତ୍ୟବାଦୀ ଅଞ୍ଚଳରେ ଏହି ଯନ୍ତ୍ରୀମାନେ ବିପନ୍ନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ସହ ନଷ୍ଟ ହୋଇଥିବା ପ୍ରକଳ୍ପଗୁଡିକୁ ସଜାଡିବାରେ ଲାଗିଛନ୍ତି।