ପୁଣି ତେଜିଲା ବିଜେଡିର ଗୋଷ୍ଠୀ ବିବାଦ : ରାଜଶ୍ରୀଙ୍କ ଗାଡ଼ି ଆଗରେ ଶୋଇଲେ ବିଷ୍ଣୁ ସମର୍ଥକ

ତିର୍ତ୍ତୋଲ,୫ା୮(ଡି.ଏନ.ଏ.): ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ସମର୍ଥକମାନଙ୍କ ମଧ୍ୟରେ ବିବାଦକୁ ନେଇ ବହୁଥର ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତ କିଛିଦିନର ନୀରବତା ପରେ ଏବେ ପୁଣି ସେହି ବିବାଦ ମୁଣ୍ଡ ଟେକିଛି। ରବିବାର ଏମ୍‌ପି ମଲ୍ଲିକ ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ବିଧାୟକ ଦାସଙ୍କ ଗୋଷ୍ଠୀ ତାଙ୍କୁ ଜୋରଦାର ବିରୋଧ କରିବା ସହ ଗାଡ଼ି ଆଗରେ ଶୋଇ ବାଟ ଓଗାଳିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଏମ୍‌ପି ମଲ୍ଲିକ ଅନ୍ୟ ଉପାୟ ନ ପାଇ ନିଜ ଗାଡିରୁ ଓହ୍ଲାଇ ସମର୍ଥକଙ୍କ ବାଇକରେ ବସି କାର୍ଯ୍ୟକ୍ରମସ୍ଥଳକୁ ଯାଇଥିଲେ। ସୂଚନା ଅନୁଯାୟୀ, ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତରେ ଏମପି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ତେଣୁ କଟକ-ପାରାଦୀପ ରାସ୍ତା ଦେଇ ଶାରଳାରୋଡ ଛକରୁ ସେ କନକପୁର ଯାଉଥିଲେ। ଏହି ସମୟରେ ବାଟରେ ମା’ ଶାରଳାଙ୍କ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ବିଧାୟକ ଦାସଙ୍କ ସମର୍ଥକମାନେ ତାଙ୍କୁ ପୂର୍ବତନ ବ୍ଲକ ବିଜେଡି ସଭାପତି ଅଶୋକ ରାଉତଙ୍କ ନେତୃତ୍ୱରେ ଅଟକାଇଥିଲେ। ବିଧାୟକଙ୍କ ସହିତ ଆଲୋଚନା ନ କରି ଏହି ନିର୍ବାଚନମଣ୍ଡଳୀରେ କାହିଁକି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। କେତେଜଣ ସେଠାରେ ଏମପିଙ୍କ କାର ଆଗରେ ଶୋଇ ଆଗକୁ ଯିବାକୁ ଦେଇ ନ ଥିଲେ। ଏପରିକି ଏମପି କାରରୁ ଓହ୍ଲାଇ କାର୍ଯ୍ୟକ୍ରମସ୍ଥଳକୁ ଯିବାକୁ ଉଦ୍ୟମ କରିବାରୁ ସେମାନେ ବାଟ ଓଗାଳିଥିଲେ। ତେବେ ତାଙ୍କ ପିଏସଓ ଏବଂ ସମର୍ଥକମାନେ ବାଟ କଢାଇ ଆଗକୁ ନେବା ପରେ ଏକ ବାଇକରେ ବସି ସେ କାର୍ଯ୍ୟକ୍ରମସ୍ଥଳକୁ ଯିବାକୁ ସମର୍ଥ ହୋଇଥିଲେ। ଏହା ବିଜେଡିର ଅନ୍ତରିଣ ବିବାଦକୁ ଆଗକୁ ଆହୁରି ଜଟିଳ କରିବ ବୋଲି ଆଲୋଚନା ହେଉଛି। ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି, ପୂର୍ବତନ ଜିଲା ଛାତ୍ର ବିଜେଡି ସଭାପତି ବିମଳ ମହାପାତ୍ର, ଛାତ୍ର ବିଜେଡି ସଭାପତି ଦେବୀପ୍ରସାଦ ମହାପାତ୍ର, ରବୀନ୍ଦ୍ର ସେଠୀ, ବିନୟ ମହାପାତ୍ର, ଭାସ୍କର ନାୟକ, ରାକେଶ ରୋଶନ, ଧ୍ରୁବ ଚରଣ ଖଟୁଆ ସମେତ ବିଧାୟକଙ୍କ ସମର୍ଥକମାନେ ଏହି ବିରୋଧରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଏମପି ଡା.ମଲ୍ଲିକ କହିଛନ୍ତି ଯେ, ଏଭଳି ବିରୋଧ ଦୁଭାର୍ଗ୍ୟଜନକ। ଯେଉଁମାନେ ତାଙ୍କୁ ବିରୋଧ କଲେ ସେମାନେ ଦଳର ଶୃଙ୍ଖଳିତ କର୍ମୀ ନୁହନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବ୍ଲକ ବିଜେଡି ସଭାପତି ବସନ୍ତ ମହାପାତ୍ର କହିଛନ୍ତି ଯେ, ଦଳୀୟ କାର୍ଯ୍ୟକର୍ତ୍ତାକୁ ନ ନେଇ ଏମପି ଡା. ମଲ୍ଲିକ କଂଗ୍ରେସ କର୍ମୀମାନଙ୍କୁ ଧରି କାର୍ଯ୍ୟକ୍ରମ କରୁଛନ୍ତି। ମଲ୍ଲିକ ବିଧାୟକ ଥିବାବେଳେ ତାଙ୍କ ସମର୍ଥକମାନେ ବିଷ୍ଣୁଙ୍କୁ ତିର୍ତ୍ତୋଲ କଲେଜ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri