ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ : ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୫୫

ଭୁବନେଶ୍ୱର,୧୩।୪: (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଁଚିଛି।ସୋମବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ୩୫ ବର୍ଷୀୟ ଯୁବକ ଜଣଙ୍କ ବମିଖାଲ ଅଂଚଳର ହୋଇଥିବା ରାଜ୍ୟ କରୋନା ସଚେତନତା ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ଉକ୍ତ ଯୁବକ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି।