Categories: ମେଟ୍ରୋ

ପୁଣି ଅଳିଆଗଦାରେ ନାଗ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର,୨୨ା୧୧(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରୁ ନାଗ ମୂର୍ତ୍ତି ଏଣେତେଣେ ଫିଙ୍ଗିବା ଏବଂ ଅନ୍ୟ ପାର୍ଶ୍ୱ ଦେବଦେବୀ ଅବକ୍ଷୟ ହେବା ପୁଣି ପାର୍ଶ୍ୱ ଦେବଦେବୀଙ୍କୁ ନିର୍ଦ୍ଦିଷ୍ଟ ଅବସ୍ଥାନ ସ୍ଥାନରୁ ଉପାଡି ଫୋପାଡିବା ଭଳି ସମସ୍ୟାର ଅବସାନ ଘଟୁନାହିଁ। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତାରୁ ଐତିହ୍ୟ ମନ୍ଦିରର ଏଭଳି ଘଟଣାମାନ ବାରମ୍ବାର ଘଟୁଛି। ଉନ୍ନତି ଓ ରୀତି ନୀତି ନେଇ ଏଏସ୍‌ଆଇ ଓ ଦେବୋତ୍ତର ବିଭାଗ ପରସ୍ପର ଦୋଷ ଲଦାଲଦି ଭିତରେ ପ୍ରକୃତ ସମସ୍ୟା ସମାଧାନ ହୋଇ ପାରୁନାହିଁ। ଗୁରୁବାର ଏଭଳି ଗୋଟିଏ ଘଟଣାକୁ ଏସବୁ ବିଭାଗର ପାରିବା ପଣିଆ ପଦାରେ ପକାଇ ଦେଇଛି। ଶ୍ରୀଲିଙ୍ଗରାଜ ମନ୍ଦିିର ଉତ୍ତର ଦ୍ୱାର ନିକଟରେ ୨ଟି ନାଗ ମୂର୍ତ୍ତି ପଡ଼ିଥିବା ଦେଖି ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା। ସେବାୟତ ଓ ସାଧାରଣ ଭକ୍ତଙ୍କୁ ଏହା ଆଘାତ ଦେଇଛି। ଙ୍‌ଏ ନେଇ ସେବାୟତ ତଥା ମନ୍ଦିର ଜ୍ୟୋତିଷ ନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରେ ମନ୍ଦିର, ପୋଲିସ ସୁପରଭାଇଜର ଓ ସେବାୟତ ରହିଥିବା ସତ୍ତ୍ୱେ ମନ୍ଦିର ଭିତରୁ ନାଗ ମୂର୍ତ୍ତି ବାହାରେ ଅଳିଆ ଗଦାରେ ପଡ଼ିବା ଅତ୍ୟନ୍ତ ଦୁଃଖଦ ଘଟଣା। ଏଥିପ୍ରତି ଏସଏସଆଇ ଓ ସଫେଇ କର୍ମଚାରୀ ଯତ୍ନବାନ ହେବା ଆବଶ୍ୟକ।