ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ

ପାଟଣାଗଡ଼,୨୯।୪(ଡି.ଏନ.ଏ.): ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍‌ ନେହେନାବନ୍ଧ ଗାଁର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଆଁ ଲାଗି ପୁଡ଼ିଯାଇଛେ। ସେଥି ତାକର ସବୁ ଜିନିଷପାତି ପୁଡ଼ି ଖାର ହେଇଯାଇଥିବାର ଜନାପଡ଼ିଛେ।

ସୂଚନା ହିସାବେ ହେମ ସଖାଲୁ ପାନି ଆନବାକେ ଯାଇଥିଲେ। ସେ ପାନି ଧରି ଘରକେ ଫିରଲା ବେଲେ ଘରେ ନିଆଁ ଲାଗିଥିବାର ଦେଖି ପାଖ୍‌ପଡ଼ିଶା ଲୁକ୍‌କୁ ଡାକ୍‌ ପକେଇଥିଲେ। ପଡ଼ିଶା ଲୋକ୍‌ମାନେ ଘଟନା ଥଲରେ ପୁହୁଁଚି ହେମର ଦିବ୍ୟାଙ୍ଗ ପୁଓ ଚଉବନ ପରାଭୁଏକୁଁ ଘରୁ ଉଧାର କରିଥିଲେ। ହେଲେ ନିଆଁରେ ଘରର ସବୁ ଜିନିଷପାତି, ନଗଦ ୩ ହଜାର ଟଁକା, ଆଧାର କାର୍ଡ, ଭୋଟର କାର୍ଡ, ରାଶନ କାର୍ଡ ପୁଡ଼ି ଖାର ହେଇଯାଇଛେ। ହେମର ଘର ପୁଡ଼ବାର ଦେଖି ଥାନୀୟ ଲୋକ ୧୦୧ ନମ୍ବରରେ ଦମକଲ କେନ୍ଦ୍ରକେ ଫୋନ କରିଥିଲେ, ହେଲେ କେହେନ୍‌ସି କାରନ୍‌ରୁ ଫୋନ୍‌ ନାଇଁ ଲାଗଲା। ହେମ ପରାଭୁଏ ଝନେ ମାନସିକ୍‌ ଭିନ୍ନକ୍ଷମ ହେଇଥିଲାବେଲେ ତାକର ପୁଓ ଚଉବନ ବି ମାନସିକ୍‌ ଭିନ୍ନକ୍ଷମ ଆଏ। ଅଭାବ ଅନାଟନ ଲାଗି ଆଏଜ୍‌କେ ୬ ମାସ ହେଲା ତାକର ଆପ୍‌ନେ ବିଶ୍ୱାମିତ୍ର ପରାଭୁଏ ହାଇଦ୍ରାବାଦକେ ଦାଦନ ଖଟିଯାଇଛନ୍‌। ଏନ୍‌ତାଥି ହେମ ଗାଁରେ ଭିଖ୍‌ମାଗି, ପାଖ୍‌ପଡ଼ିଶାକର ଘରର କାମବୁତା କରି ପୁଓକେ ନେଇ ବଡ଼ା ଦୁଖେ ଜୀବନ୍‌ ବିତଉଛନ୍‌। ଏହେଦେ ଘରଟା ବି ପୁଡ଼ିଯିବାର ଲାଗି ମା’ପୁଓ ନିଆଁସି ହେଇଯାଇଛନ୍‌। ହେମର ପାସେ ଖାଲି ବିପିଏଲ୍‌ କାର୍ଡ ଖଁଡ଼େ ଥିଲା, ହେଲେ ସେଟା ବି ନିଆଁରେ ପୁଡ଼ିଯାଇଛେ। ବିପିଏଲ୍‌ କାର୍ଡ ଛଡ଼ା ସେ ଉନିଆଁ କିଛି ସରକାରୀ ସୁବିଧା ସୁଯୋଗ ନାଇଁ ପାଉଥିବାର ଜନାଯାଇଛେ। ନେହେନାବନ୍ଧ ଗାଁବାସୀ ଦିବ୍ୟାଙ୍ଗ ମା’ପୁଓକେ ଯେତେ ଜଲଦି ହେବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri