ପୁଓର ସୁଧିକାଯ୍‌ ଲାଗି ବଁଧା ପଡ଼ଲା ରାଶନକାର୍ଡ

ପର୍ଲା, ୨୩।୧ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୫୦) ଅନେକ ଦିନ୍‌ ହେଲା କୁଷ୍ଠ ରୋଗ୍‌ରେ ପୀଡ଼ିତ ଥିଲେ। ଗଲା ୧୭ ତାରିଖ୍‌ ତାକର ମୁର୍‌ତୁ ହେଇଥିଲା। ହେଲେ ଜାତିଭାଇ କେହି ତାକର ଶବକେ ଖଁଦ୍‌ ନାଇଁଦେଲେ। ଇ ଘଟନାଟା ଅଂଚଲରେ ତଥା ଜିଲାରେ ଚରଚାର ବିଷେ ହେଇଥିଲା। ଏହେଦେ ସୁବାସକଁର ମା’ ସୁଲୋଚନା(୬୫) ଅଭାବ୍‌ ଅନାଟନ ଲାଗି ପୁଓର ସୁଧି କାଯ୍‌ କରି ନାଇଁ ପାରୁଥିବାର କହିଛନ୍‌।
ସୂଚନା ଅନ୍‌ସାରେ ବେହେରାଗୁଡ଼ା ଗଁାର ସୁଲୋଚନା ଦୋରୁଆନ ପୁଓବହ, ନାତିନାତେନକୁଁ ନେଇ ଖୁସିରେ ଥିଲେ। ପୁଓ ବି ଦୁଖ୍‌ସୁଖ୍‌ କରି ଦୁଇପଏସା ରୁଜଗାର କରୁଥିଲେ। ହେଲେ ଆଏଜ୍‌କେ ୪ ବଛର ତଲେ ସେ କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ଥିବାର ଜାନ୍‌ବାକେ ପାଇଥିଲେ। ଅନେକ ଚିକିଛା କଲା ଉତାରୁ ବି ସେ ସବୁବେଲେ ମାନ୍‌ସିକ୍‌ ଚାପରେ ରହୁଥିଲେ। ଶେଷେ କାମ୍‌ଧଁଦା କରବାର ଛାଡ଼ି ଦେଇଥିଲେ। ରୋଗ୍‌କେ ଅସ୍‌କଟେଇ ମାଏକିନା ବି ବଛ୍‌ରେ ତଲେ ଝି’ ଦିବ୍ୟାଭାରତୀ(୭), ପୁଓ ମାନସ(୪)କେ ଶାଶ୍‌ ପାସେ ଛାଡ଼ି ସାନ୍‌ଛୁଆ ବାହୁବଳୀ(୨)କେ ଧରି ଘରଛାଡ଼ି ପଲେଇ ଗଲେ। ସେଦିନ୍‌ଠାନୁ ଆଇବୁଢ଼ୀ ସୁଲୋଚନା ନାତିନାତେନକଁୁ ପାଲ୍‌ପୋଷ କରୁଛନ୍‌। ଏନ୍‌ତା ପରିସ୍ଥିତିରେ ଗଲା ୧୭ ତାରିଖ ସୁବାସ ବି ଆରପାରକେ ଚାଲିଗଲେ। ହେଲେ ପାଖ୍‌ପଡ଼ିଶା, ଜାତିଭାଇ କେହି ଖଁଦ୍‌ ନାଇଁଦେଲାରୁ ନିଜର କକା ପୁତୁରା ସାଇକେଲରେ ଶବ ନେଇ ସତ୍‌କାର କରିଥିଲେ। ଇଆଡ଼େ ସୁବାସ କୁଷ୍ଠ ରୋଗ୍‌ରେ ମରିଥିବାର ଘଟନାକେ ନେଇ ସମାଜ ଲୋକ୍‌ ପରିବାରକେ ଆଜେତ୍‌ କରିଛନ୍‌। ଜାତି ହେବାର ଲାଗି ଭୁଜିଭାତ ସଂଗେ ଛେଲମେଢ଼ି ଦେବାକେ ଜାତିଭାଇ କହୁଥିବାର ସୁଲୋଚନା କହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ସୁଲୋଚନା ନିଜର ରାଶନକାର୍ଡକେ ଗହନା ପକେଇଥିବାର କହିଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ସୁଲୋଚନା ଇ ବୁଢ଼ୀ ବଏସେ ପରହର କାମ୍‌ବୁତା କରି ନାତିନାତେନର ପେଟ୍‌ ପାଲୁଛନ୍‌। ରାଶନକାର୍ଡ ଖଁଡ଼କ ପରିବାରର ସାହାଭରସା, ସଁପତି ବଲି ଥିଲା। ହେଲେ ସେଟା ବି ପୁଓର ସୁଧିକାଯ୍‌ରେ ଗହନା ପକେଇଛନ୍‌। ଏନ୍‌ତାଥି ଆଗ୍‌କେ ମୋତେ ସବୁ ଅଁଧାର ଦିଶୁଛେ ବଲି ସେ କଁାଦି କଁାଦି କହିଛନ୍‌। ଇ ଘଟନା ବାବ୍‌ଦେ ସୂଚନା ପାଇ ମୂଳ ନିବାସୀ ଯୁବ ଫେଡେରେଶନ ସୁବାସକଁର ଘରେ ପୁହୁଁଚି ସୁଲୋଚନାକୁଁ ଭେଟିଛନ୍‌। ସେନ୍‌ତା ସେମାନେ ସୁଲୋଚନାକଁର ସଂଗେ ଆଲୋଚନା କରବାର ସଂଗେ ଦିବ୍ୟାଭାରତୀ ଆର ମାନସକେ ଭବାନୀପାଟଣା ଶିଶୁ ସୁରକ୍ଷା ୟୁନିଟରେ ଥଇଥାନ କରବାକେ ଫେଡେରେଶନର ନିରଦେଶକ ଯୁଗେଶ ତାଣ୍ଡି, ସମାଜିକ କରମୀ ଢଗମାଳିଆ ନାଏକ, ଶ୍ୟାମସୁନ୍ଦର ମାଝି, ଭକତରାମ ସୁନାନୀ ସୂଚନା ଦେଇଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ସୁଲୋଚନାକୁଁ ପୁଓର ସୁଧିକାଯ୍‌ ଲାଗି ଟଁକା ପଏସା ସଂଗେ ଗହନା ପଡ଼ିଥିବାର ରାଶନକାର୍ଡ ମୁକ୍‌ଲାବାର ଦିଗେ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri