ପୁଓକେ ଫିରି ପାଏଲେ ପରିବାର ଲୋକ୍‌

ଅତାବିରା, ୬।୧୧ (ଡି.ଏନ୍‌.ଏ.)- ଅନୁଗୋଳ ଜିଲା ଦେନାଗାଡ଼ିଆ ଗଁାର ଧ୍ରୁବ ନାଏକକଁର ପୁଓ ମୁନା ନାଏକ(୨୨) ଝନେ ମାନ୍‌ସିକ ରୁଗୀ। ଆଏଜ୍‌କେ ୧୫ ଦିନ୍‌ ତଲେ ସେ ଘରୁ ବାହାରି ରାସ୍‌ତା ବାମି ଯାଇଥିଲେ। ଏନ୍‌ତାଥି ସେ ହୁରମୁଖିଆ ରାଜପଥରେ ଚାଲି ଚାଲି ଆସି ବରଗଡ଼ ଜିଲା ଅତାବିରା ଥାନା ପୋଡ଼ବାଡ଼ି ଛକ୍‌ରେ ପୁହୁଁଚିଥିଲେ। ସେ ଅଖିଆ ଅପିଆ ଦୁରବଲ ଅବସ୍‌ତାରେ ରାତି ୮ ବଜେ ଛକରେ ଅସାହା ଅବସ୍‌ତାରେ ପଡ଼ିଥିଲେ। ଇ ସମିଆରେ ପୋଡ଼ବାଡ଼ି ଗଁାର ରବୀନ୍ଦ୍ର କ୍ଷେତୀ ଆର ଅମିନ ମହାକୁର ମୁନାକୁଁ ଉଧାର କରି ଖାଏବା ପିଇବାକେ ଦେଇଥିଲେ। ମୁନା ଟିକେ ସୁସ୍‌ତାଲା ଉତାରୁ ଥାନୀଅ ଯୁବକମାନକୁ ଗୁଟେ ମୋବାଇଲ ନମ୍ବର ଦେଇଥିଲେ। ସେ ନମ୍ବରରେ ରବୀନ୍ଦ୍ର ଯୋଗାଯୋଗ କଲାରୁ ମୁନାର ବାପା ଧ୍ରୁବ ଫୋନ୍‌ ଉଠେଇଥିଲେ। ମୁନା ମୋର ପୁଓ, ସେ ଝନେ ମାନ୍‌ସିକ ରୁଗୀ ଆଏ, ଆଏଜ୍‌କେ ୧୫ ଦିନ୍‌ ହେଲା ସେ ଘରକେ ନାଇଁ ଫିରି। ମୁଇଁ ତାହାକେ ଆନ୍‌ବାର ଲାଗି ଯାଉଛେଁ, ଆପନ୍‌ମାନେ ମୋର ପୁହୁଁଚିବାର ତକ୍‌ କତାହାକେ ଟିକେ ରଖିଥାଉନ୍‌ ବଲି ଅନୁରୋଧ କରିଥିଲେ। ପଛେ ଧ୍ରୁବ ନିଜର ସାନପୁଓର ସଂଗେ ପୋଡ଼ାବାଡ଼ି ଛକ୍‌ରେ ପୁହୁଁଚି ମୁନାକୁଁ ଘରକେ ନେଇଥିଲେ।