ପିଲାଙ୍କ ରଥଯାତ୍ରା, ନିଆରା ପରମ୍ପରା

ବରଗଡ଼ ଅଫିସ୍‌,୫।୭-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି । ତେବେ ବରଗଡ଼ ନାଏକପଡ଼ାର ଶିଶୁଙ୍କ ରଥଯାତ୍ରା ପାଳନ ସମ୍ପୂର୍ଣ୍ଣ ନିଆରା । ପିଲାମାନେ ନିଜେ ରଥ ତିଆରି କରନ୍ତି। ରଥଯାତ୍ରା ବେଳେ ସେହି ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥାଋଢ଼ କରନ୍ତି। ଆଉ ରଥ ଦଉଡ଼ି ଟାଣି ମହାପ୍ରଭୁଙ୍କୁ ବଡ଼ଦାଣ୍ଡକୁ ଆଣିଥାନ୍ତି। ଏହିକ୍ରମରେ ଗୁରୁବାର ଶିଶୁମାନେ ରଥରେ ବସାଇ ଶ୍ରୀଜଗନ୍ନାଥଙ୍କୁ ସ୍ଥାନୀୟ ୟୁକୋବ୍ୟାଙ୍କ ଛକ ପର୍ଯ୍ୟନ୍ତ ଆଣିଥିଲେ। ପରମ୍ପରା ଅନୁଯାୟୀ ଶୁକ୍ରବାର ହାଟପଦାର ବଡ଼ଦାଣ୍ଡକୁ ନେବେ ।