ପିଲାଙ୍କୁ ଟିକା ନଦେଲେ ୨ଲକ୍ଷ ଟଙ୍କା ଜରିମାନା

ମ୍ୟୁନିକ୍‌,୧୯।୭: ଜର୍ମାନୀ ସରକାର ପିଲାଙ୍କ ସୁରକ୍ଷା ଲାଗି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଚାନ୍‌ସେଲର ଆଞ୍ଜେଲା ମର୍କେଲ ସରକାର ଏ ସଂକ୍ରାନ୍ତରେ ଏକ ବିିଲ୍‌ ସଂସଦରେ ଆଗତ କରିଛନ୍ତି। ପିଲାମାନେ ସ୍କୁଲ୍‌ରେ ନାମ ଲେଖାଇବା ପୂର୍ବରୁ ମାତା ପିତା ସେମାନଙ୍କ ପିଲାଙ୍କ ଟିକାକରଣ କରିବା ଜରୁରୀ ଓ ଏହା ନକଲେ ଅଭିଭାବକଙ୍କୁୁ ୨,୫୦୦ ୟୁରୋ ଅର୍ଥାତ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବିଲ୍‌ରେ ଦର୍ଶାଯାଇଛି। ଏହି ବିଲ୍‌ ପାସ୍‌ ହୋଇଗଲେ ଅଭିଭାବକଙ୍କୁ ନାମଲେଖା ସମୟରେ ପିଲାଙ୍କ ଟିକାକରଣର ପ୍ରମାଣପତ୍ର ଦେବାକୁ ପଡିବ। ଏହାପରେ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯିବ। ମାରାମତ୍କ ରୋଗରୁ ପିଲାଙ୍କୁ ରକ୍ଷା କରିବା ଲାଗି ଏହା କରାଯାଇଛି ବୋଲି କହିଛନ୍ତି ଜର୍ମାନୀର ସ୍ବାସ୍ଥ୍ୟ ମନ୍ତ୍ରୀ। ଜର୍ମାନୀରେ ମିଳିମିଳା ଏବେ ବ୍ୟାପକ ହେବାରେ ଲାଗିଛି। ଗତ ବର୍ଷ ମାର୍ଚ୍ଚରୁ ଏ ବର୍ଷ ଫେବୃୟାରୀ ଯାଏ ୬୪୧ ଟି ମିଳିମିଳା କେସ୍‌ ସାମନାକୁ ଆସିଥିବାବେଳେ ତା’ ପରଠାରୁ ଏହି ୪ ମାସରେ ୪୨୯ଜଣ ପୀଡିତ ହୋଇଥିବା ଜଣାପଡିଛି, ଯାହା ଏକ ଚିନ୍ତାଜନକ ବିଷୟ। ଏହାକୁ କିଭଳି ରୋକାଯାଇ ପାରିବ ସେଥିଲାଗି ଜର୍ମାନୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହା ପୂର୍ବରୁ ବି ଇଟାଲୀ ସରକାର ପିଲାଙ୍କ ଟୀକାକରଣ ବାଧ୍ୟତାମୂଳକ କରିଥିଲେ। ଟିକାକରଣରେ ସାମିଲ ହୋଇନଥିବା ଶିଶୁଙ୍କୁ ସ୍କୁଲ ନପଠାଇବା ଲାଗି ବି ଚେତାବନୀ ଦିଆଯାଇଥିଲା। ଯଦି ଟିକାକରଣରେ ସାମିଲ ହୋଇ ନ ଥିବା ପିଲା ସ୍କୁଲରେ ମିଳନ୍ତି ତେବେ ତାଙ୍କ ଅଭିଭାବକଙ୍କୁ ୫୦୦ ୟୁରୋ ଅର୍ଥାତ ୪୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri