ପିଣ୍ଡି ଉପରେ ବସିଥିବା ବେଳେ କୂଅରେ ଖସିପଡ଼ିଲେ, ଯୁବକ ମୃତ

ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଆରିପଦା ଗ୍ରାମରେ ସୋମବାର ରାତିରେ କୂଅରେ ପଡ଼ିଯିବା ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିଖିଳ ପରିଜା(୪୪)। ପୋଲିସ ସୂଚନାନୁଯାୟୀ, ଘର ପାଖରେ ଥିବା ଏକ କୂଅ ପିଣ୍ଡି ଉପରେ ବସିଥିବା ବେଳେ ନିଖିଳ କୂଅରେ ପଡ଼ି ଯାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ନିଖିଳଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମଙ୍ଗଳବାର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନିଖିଳଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।