Posted inଖେଳ

ପିଙ୍କ୍‌ବଲ୍‌ରେ ଭାରତୀୟ ଦଳର ଅଭ୍ୟାସ

ଇନ୍ଦୋର, ୧୩।୧୧(ପି.ଟି.)-ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଏଠାରେ ଗୁରୁବାରଠାରୁ ଆରମ୍ଭ ହେବ। ଏହାପରେ କଲିକତାର ଇଡେନ ଗାର୍ଡେନରେ ଦ୍ୱିତୀୟ ଟେଷ୍ଟ ୨୨ ତାରିଖରୁ ଖେଳାଯିବ। କୋଲକାତାରେ ଭାରତ ପ୍ରଥମଥରପାଇଁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବାରୁ ଏଠାରେ ଉଭୟ ପିଙ୍କ୍‌ ଏବଂ ରେଡ୍‌ ବଲ୍‌ରେ ଅଭ୍ୟାସ କରିଛି। ନେଟ୍ସ ସେନନରେ ପ୍ରଥମେ ଅଧିନାୟକ ବିରାଟ କୋହଲି ପିଙ୍କ୍‌ ବଲ୍‌ରେ ପ୍ରାକ୍ଟିସ କରି ଅଭିଜ୍ଞତା ହାସଲ କରିଛନ୍ତି। ପରେ ଅନ୍ୟ ଖେଳାଳିମାନେ ମଧ୍ୟ ତାହା କରିଛନ୍ତି।
ଭାରତୀୟ ଦଳ ଫ୍ଲଡ୍‌ ଲାଇଟ୍‌ରେ ନେଟ୍ସ କରିନାହିଁ। ଦିନରେ ପାରମ୍ପରିକ ରେଡ୍‌ ବଲ୍‌ ଅଭ୍ୟାସ ସେସନରେ ସେମାନେ ଏସଜି ପିଙ୍କ୍‌ ବଲ୍‌ ଥ୍ରୋ କରି ଅଭ୍ୟାସ କରିଛନ୍ତି। ଭାରତୀୟ ଦଳର ଅଭ୍ୟାସ ପାଇଁ ଗ୍ରାଉଣ୍ଡରେ ତିନୋଟି ନେଟ୍‌ ଲଗାଯାଇଛି। ଗୋଟିଏ ଦ୍ରୁତ ବୋଲରଙ୍କ ପାଇଁ, ଗୋଟିଏ ସ୍ପିନରଙ୍କ ପାଇଁ ଏବଂ ଆଉ ଗୋଟିଏ ଥ୍ରୋ କରିବା ପାଇଁ। ଟିମ୍‌ ମ୍ୟାନେଜମେଣ୍ଟର ଅନୁରୋଧକ୍ରମେ ଥ୍ରୋଡାଉନ୍‌ ନେଟ୍‌କୁ ପଡ଼ିଆର ଅନ୍ୟ ଏକ ଦିଗରେ ଲଗା ଯାଇଛି। ସେଠାରେ ସ୍ବତନ୍ତ୍ର ପ୍ରାକ୍ଟିସ ଟର୍ଫ ଏବଂ କଳା ସାଇଟ୍‌-ସ୍କ୍ରିନ୍‌ ଲଗାଯାଇଛି। ଥ୍ରୋଡାଉନ୍‌ ସ୍ପେଶାଲିଷ୍ଟ ରାଘବେନ୍ଦ୍ର ଓ ଶ୍ରୀଲଙ୍କାର ନୂଆନ ସେନାଭିରନେତ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ଦଳର ନେଟ୍ସ ସେସନ ଅନୁଷ୍ଠିତ ହୋଇଛି। ଅଧିନାୟକ ବିରାଟ ଡିଫେନ୍ସିଭ୍‌ ଶଟ୍‌ ଖେଳିବାରେ ମନୋନିବେଶ କରିଥିଲେ ଏବଂ ପିଙ୍କ୍‌ ବଲ୍‌କୁ ସହଜରେ ଖେଳିଥିଲେ। ଯୁବ ରିଜର୍ଭ ଓପନର ଶୁବମନ ଗିଲ୍‌ ବାଉନ୍ସ ବଲ୍‌କୁ ହିଟ୍‌ କରିଥିଲେ। ପ୍ରଥମ ଟେଷ୍ଟ ପୂର୍ବରୁ ଭାରତ ଟ୍ରେନିଂ ପାଇଁ ମାତ୍ର ୨ ଦିନ ସମୟ ପାଇଛି। ହାତରେ ଅଧିକ ସମୟ ନ ଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ରେ ରାହୁଲ ଡ୍ରାଭିଡ୍‌ଙ୍କ ତତ୍ତ୍ୱାବଧାନରେ ଅଜିଙ୍କ୍ୟ ରାହାନେ, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା ଓ ମହମ୍ମଦ ସାମିଙ୍କ ପରି ଟେଷ୍ଟ ସ୍ପେଶାଲିଷ୍ଟଙ୍କ ପାଇଁ ଲାଇଟ୍‌ରେ ନେଟ୍ସର ବ୍ୟବସ୍ଥା କରାଯାଇଛି।
ନେଟ୍ସରେ ଭୁବନେଶ୍ୱର
ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ଓ ସାଇଡ୍‌ ଷ୍ଟ୍ରେନ୍‌ରୁ ସୁସ୍ଥ ହୋଇଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଭାରତୀୟ ଦଳର ସ୍କିଲ୍‌ ସେସନରେ ଯୋଗଦେଇ ନିଜକୁ ପରୀକ୍ଷା କରିଛନ୍ତି। ଭୁବନେଶ୍ୱର ଏବେ ରିହାବିଲିଟେଶନର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି। ତେଣୁ ସେ କେତେ ପରିମାଣରେ ସୁସ୍ଥ ହୋଇଛନ୍ତି ତାହା ଟିମ୍‌ ମ୍ୟାନେଜମେଣ୍ଟ ମଧ୍ୟ ପରୀକ୍ଷା କରିଛି। ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଦିନିକିଆ କ୍ରିକେଟ ସିରିଜ ଅବସରରେ ଭୁବନେଶ୍ୱର ଆହତ ହୋଇଥିଲେ। ଏହାପରେ ସେ ଏନସିଏରେ ରିହାବିଲିଟେଶନ ପ୍ରୋଗ୍ରାମରେ ସାମିଲ ହୋଇଥିଲେ। ”ଭୁବି ସ୍କିଲ୍‌ ସେସନରେ ଭାଗ ନେବାକୁ ଏଠାକୁ ଆସିଛନ୍ତି। ସେ କେତେ ଫିଟ୍‌ ହୋଇଛନ୍ତି ତାହା ଟିମ୍‌ ମ୍ୟାନେଜମେଣ୍ଟ ଦେଖିବାକୁ ଚାହୁଁଛି“ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ କରାଯାଇଛି। ଭୁବନେଶ୍ୱର ପ୍ରଥମେ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧରଙ୍କ ସହିତ କିଛି ସମୟ ଆଲୋଚନା କରିବାପରେ ନେଟ୍ସରେ କିଛି ସମୟ ପାଇଁ ଯୋଗ ଦେଇଥିଲେ। ସେ ଫୁଲ୍‌ ରନ୍‌-ଅପ୍‌ରେ କିଛି ବଲ୍‌ ପକାଇଥିଲେ ହେଁ ପୂରା ଫିଟ୍‌ ନ ଥିବା ଜଣା ପଡ଼ିଥିଳା। ଯଶପ୍ରୀତ ବୁମ୍‌ରାଙ୍କ ଉପରୁ କାର୍ଯ୍ୟଭର ହ୍ରାସ କରିବାପାଇଁ ମ୍ୟାନେଜମେଣ୍ଟ ଭୁବନେଶ୍ୱରଙ୍କ ଉପରେ ନଜର ରଖିଛି। ତେବେ ସେ ପୂରା ଫିଟ୍‌ ହେବାପରେ ଯାହାକିଛି ନିଷ୍ପତ୍ତି ନିଆଯାଇପାରିବ। ଭୁବନେଶ୍ୱରଙ୍କୁ ଫିଟ୍‌ କରାଇବା ପାଇଁ ଫିଜିଓ ନୀତୀନ ପଟେଲ ଓ ଟ୍ରେନର ନିକ୍‌ ଓ୍ବେବ୍‌ଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri