Categories: ଜାତୀୟ

ପିଓକେରେ ସକ୍ରିୟ ରହିଛି ୧୫-୨୦ ଆତଙ୍କବାଦୀ ଶିବିର: ସେନାମୁଖ୍ୟ

ନୂଆଦିଲ୍ଲୀ,୨୦।୨: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଛି। ଏବେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ୧୫-୨୦ ଆତଙ୍କବାଦୀ ଶିବିର ସକ୍ରିୟ ରହିଛି। ସେଠାରେ ପ୍ରାୟ ୨୫୦ରୁ ୩୫୦ ଆତଙ୍କବାଦୀ ତାଲିମ୍‌ ନେଉଛନ୍ତି। ଏନେଇ ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ସୂଚନା ଦେଇଛନ୍ତି। ଭାରତୀୟ ସେନାରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଲାଗି ସୁପ୍ରିମ୍‌କୋର୍ଟ ପକ୍ଷରୁ ଦିଆଯାଇଥିବା ରାୟକୁ ସେ ସ୍ବାଗତ କରିଛନ୍ତି। ଭାରତୀୟ ସେନାରେ ୧୯୯୩ଠାରୁ ଇତିମଧ୍ୟରେ ୩୩୨ ମହିଳା ଅଧିକାରୀଙ୍କୁ ଶର୍ଟ ସର୍ଭିସ୍‌ କମିଶନରେ ନିଯୁକ୍ତି ଦିଆ ଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ରାୟ ଦ୍ୱାରା ଏହି ମହିଳା ଅଧିକାରୀମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

Share