ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା:ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ଭାଜପାର ବିକ୍ଷୋଭ

ଯାଜପୁର ଟାଉନ,୬-୧୧(ଡି.ଏନ୍‌.ଏ.)- ଭାଜପା ମହିଳା ମୋର୍ଚ୍ଚାର ଯାଜପୁର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ ଆଗରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ମହିଳା ମୋର୍ଚ୍ଚାର ଜିଲା ସଭାପତି ବବିତା ମଲ୍ଲିକଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା କିଆନାଳୀରୁ ବାହାରି ସହର ପରିକ୍ରମା ପୂର୍ବକ ଜିଲାପାଳଙ୍କ ଅଫିସ ନିକଟରେ ପହଞ୍ଚତ୍ଥିଲା। ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡକୁ ପୋଲିସ ଠିକଣା ଭାବରେ ତଦନ୍ତ ନ କରି ଅପରାଧି ମାନଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି କହିଥିଲେ। ଏପରିକି ସ୍ମିତାଙ୍କ ଚରିତ୍ର ସଂହାର କରାଯାଇଛି ବୋଲି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଅଭିଯୋଗ ବାଢିଥିଲେ। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥି ଭବନର ସିସି ଟିଭିକୁ ଏଯାଏ ଜବତ କରା ନ ଯିବା ଘଟଣାକୁ ନେଇ ମଧ୍ୟ ମହିଳା ମୋର୍ଚ୍ଚା ପ୍ରଶ୍ନ ଉଠାଇଛି। ଏହି ଘଟଣାରେ କିଛି ରାଜନେତା, କମ୍ପାନୀ ଲୋକ ଓ ପ୍ରଶାସନିକ ଅଧିକାରୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସଂଶ୍ଳିଷ୍ଟ ଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବି ମଧ୍ୟ ଦୋହାରାଇଛି। ସେହିପରି କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋଅପରେଟିଭ ବ୍ୟାଙ୍କର ସଭାପତି ତଥା ଶାସକ ଦଳର ପ୍ରମୋଦ ସାହୁ ତାଙ୍କ ଅଫିସରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଯୌନ ଉପତ୍ୀଡ଼ନ କରିବାର ଦୀର୍ଘଦିନ ପରେ ତାଙ୍କୁ ଗିରଫ କରାଯିବା ଘଟଣାକୁ ଦେଖିଲେ ଶାସକଦଳ ଓ ଶାସନ କଳ ଏହି ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଥିଲେ ବୋଲି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ା ଉକ୍ତ ଘଟଣାରେ ଆଉ କେତେକ ମଧ୍ୟ ସମ୍ପୃକ୍ତ ଥିବାବେଳେ ସେମାନଙ୍କୁ ଗିରଫ କରାଯାଉନାହିଁ। ଏ ଦିଗରେ ରାଜ୍ୟପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିକ୍ଷୋଭ ସ୍ଥଳରେ ଜିଲା ସଭାନେତ୍ରୀ ମଲ୍ଲିକ ଦାବି କରିଥିଲେ। ଭାଜପା ମହିଳା ମୋର୍ଚ୍ଚାଙ୍କ ଅଧ୍ୟକ୍ଷତା କ୍ରମେ ଆହୁତ ପ୍ରତିବାଦ ସଭାରେ ମହିଳା ନେତ୍ରୀ ଦିପ୍ତିରେଖା ମିଶ୍ର, ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ନାଥଶର୍ମା, ଜିଲାପରିଷଦ ସଭ୍ୟା ରଞ୍ଜିତା ସାମଲ, ମୋନାଲିସା ଦାସ, ସୁଜାତା ନାୟକ, ଦେବଜାନୀ ପ୍ରଧାନ, ଇତିଶ୍ରୀ ଜେନା, ମନ୍ଦାକିନୀ ସେଠୀ, ଶର୍ମିଳା ଦେଓ, ଭବାନୀ ସାମଲ, ଜୟନ୍ତୀ ଜେନା, ଦିପ୍ତିମୟୀ କୁଅଁର, ଚୁମ୍‌କି ଜେନା, ଝୁନାରାଣୀ ପଣ୍ଡା, ସୁନିତା ନାୟକ, ଜୟନ୍ତୀ ସାହୁ, ଜୟଶ୍ରୀ ଜେନା, ସୋନାଲୀ ମଲ୍ଲିକ, ମମତାମୟୀ ମହାପାତ୍ର, ରୁନୁ ରଣା, ସ୍ନେହାଶ୍ରୀ ଚକ୍ରବର୍ତ୍ତୀ, ମମତା ଘଡ଼େଇ ପ୍ରମୁଖ ଦାବି କରିଛନ୍ତି ା ଜିଲା ସଭାନେତ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାରାପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଦଳର ଏମ୍‌ପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକ, ବରିଷ୍ଠ ନେତା ଭାସ୍କର ଚନ୍ଦ୍ର ଜେନା, ଜିତେନ୍ଦ୍ର ବେହେରା, ସୁଦିପ୍ତ ପଣ୍ଡା, ରମାକାନ୍ତ ମିଶ୍ର, ସତ୍ୟଜିତ ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ବିକ୍ଷୋଭ ସ୍ଥଳରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri