ପିଆଜ ବିକିବେ ସରକାର

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କି.ଗ୍ରା. ପ୍ରତି ୧୦ରୁ ୧୫ ଟଙ୍କାରେ ମିଳୁଥିବା ପିଆଜ ଏବେ ୬୫ ଟଙ୍କା ଛୁଇଁଲାଣି। ପିଆଜ ଗତ ଦୁଇମାସ ହେବ ଗରିବ ଓ ନିମ୍ନ ଆୟବର୍ଗର ଲୋକମାନଙ୍କୁ କଲବଲ କରୁଛି। ଆସନ୍ତା ମାସକ ମଧ୍ୟରେ ଦର କମିବା ସମ୍ଭାବନା କ୍ଷୀଣ। ବଜାର ଅବସ୍ଥାକୁ ଦେଖି ରାଜ୍ୟ ସରକାର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପିଆଜ କୁଇଣ୍ଟାଲ ୪୮୦୦ରୁ ୬୨୦୦ ଟଙ୍କାକୁ ବୃଦ୍ଧି ପାଇଛି। ଖୁଚୁରା ବଜାରରେ କିଲୋ ୫୨ରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟର ବ୍ୟବସାୟୀ ମହାସଂଘ ସହିତ ଆଲୋଚନା କରିବା ପରେ ଜଣାପଡ଼ିଛି ଯେ, ଲଗାତର ପ୍ରବଳ ବର୍ଷା ଯୋଗୁ ଆନ୍ଧ୍ରପ୍ରଦେଶ ଓ କର୍ନାଟକରେ ପିଆଜ ଚାଷ ଗଭୀର ଭାବେ ପ୍ରଭାବିତ ହୋଇଛି। ଆବଶ୍ୟକତା ଅନୁଯାୟୀ ଓଡ଼ିଶାକୁ ଆସୁନାହିଁ। ମହାରାଷ୍ଟ୍ରରୁ ନୂଆ ପିଆଜ ଆସିବ ବୋଲି ଅନୁମାନ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁ ଏହି ଫସଲ ଉଜୁଡ଼ି ଯାଇଛି। ପିଆଜର ଚଢ଼ା ଦର ରହିଥିବାରୁ ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଅଧିକ ମୁନାଫା କମାଇବା ଆଶାରେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ସମ୍ଭାବନା ରହିଛି। ଏହା ଉପରେ ନଜର ରଖିବାକୁ କୁହାଯାଇଛି। ଏଥିସହିତ ବଜାର ଚାହିଦାକୁ ଦେଖି ସ୍ଥାନୀୟ ମାର୍କେଟରୁ ପିଆଜ କିଣି ସରକାରୀ ଖୁଚୁରା ଦୋକାନ (ପିଡିଏସ୍‌) ଓ ମୈତ୍ରୀ ଦୋକାନରେ ବିନା ଲାଭ ଓ କ୍ଷତିରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ବଜାର ସ୍ଥିତି ଓ ପିଆଜ ବିକ୍ରି ସମ୍ପର୍କରେ ନିୟମିତ ଖବର ଜଣାଇବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଆଳୁ ଓ ପିଆଜ ଏକ ଅତ୍ୟାବ୍ୟଶକ ସାମଗ୍ରୀ ହୋଇଥିବାରୁ ତିରୋଟ ସମୟ ପୂର୍ବରୁ ଗଚ୍ଛିତ ରଖିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିଛନ୍ତି। ଉଭୟ ୫୦ କୋଟି ଟଙ୍କା ଲେଖାଏ ଦେବାକୁ ମଧ୍ୟ ବ୍ୟବସ୍ଥା ହୋଇଛି। ତେବେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ପ୍ରତ୍ୟେକ ବର୍ଷ ଲୋକମାନଙ୍କୁ ଆଳୁ ଓ ପିଆଜ ପାଇଁ ହିନସ୍ତା ହେବାକୁ ପଡୁଛି। ପିଆଜ ଏକ ଶୀଘ୍ର ନଷ୍ଟ ହେଉଥିବା ଫସଲ ହୋଇଥିବାରୁ ସେଗୁଡ଼ିକୁ ପୂର୍ବରୁ ଗଚ୍ଛିତ ରଖିବା ସମ୍ଭବ ନୁହେଁ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରିହାତି ଦରରେ ପିଆଜ ଯୋଗାଇବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ। କେବଳ ପିଆଜ ନୁହେଁ, ପନିପରିବା ଦର ବୃଦ୍ଧି ମଧ୍ୟ ଜନସାଧାରଣଙ୍କୁ ଆହୁରି କଷ୍ଟ ଦେଇଛି। କାର୍ତ୍ତିକ ମାସରେ ପରିବା ଦର ଏକ ପ୍ରକାର ଆକାଶଛୁଆଁ ହୋଇଛି। ପୋଟଳ, ବାଇଗଣ, ବିନ୍‌, ଝୁଡ଼ଙ୍ଗ, କଲରା, ଟମାଟୋ, ଗାଜର ଆଦି ପରିବା ଦର କିଲୋ ପିଛା ୫୦ ଟଙ୍କା ଉପରେ ରହିଛି। ଡାଲି ଦର ମଧ୍ୟ ବୃଦ୍ଧି ଘଟିଛି। ଆଳୁ ପିଆଜଠାରୁ ଆରମ୍ଭ କରି ପନିପରିବା ଓ ଡାଲି ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅଣନିଃଶ୍ୱାସୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri